କନକ ବ୍ୟୁରୋ : ନାଲିବତି ବ୍ୟବହାର ଉପରେ ରୋକ ଲାଗିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ । କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତି ଉପରେ ଟ୍ୱିଟ୍ କରିଛନ୍ତି ତଥାଗତ । କେନ୍ଦ୍ର ସରକାରଙ୍କ ନାଲିବତି ହଟାଇବା ନିଷ୍ପତି ଏକ ଉପହାସ ବୋଲି ଟ୍ୱିଟ୍ କରି କହିଛନ୍ତି ବିଜେଡି ସାଂସଦ । ତଥାଗତ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଯଦି ସରକାର ଏତେ ଚିନ୍ତିତ ତେବେ ଭିଆଇପିଙ୍କୁ ମିଳୁଥିବା ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଅନ୍ତିୁ । ସେ କହିଛନ୍ତି, ଏ ଠାରୁ ଜେଡ୍ ଯାଏଁ ଥିବା ସମସ୍ତ ସୁରକ୍ଷାକୁ ହଟାଇ ଦେଲେ ସାଧାରଣ ଲୋକଙ୍କ କୋଟି କୋଟ ଟଙ୍କାର ଟିକସ ବଂଚିଯିବ ।
ମେ’ ପହିଲାରୁ ନେତା ମନ୍ତ୍ରୀ ଓ ଭିଆଇପିଙ୍କ ଗାଡିରେ ଆଉ ନାଲିବତି ଲାଗିବନାହିଁ ବୋଲି ଗତକାଲି ନିଷ୍ପତି ନେଇଥିଲେ କେନ୍ଦ୍ର ସରକାର । କେନ୍ଦ୍ରର ନିଷ୍ପତି ପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଗାଡିରୁ ନାଲିବତି ହଟାଇ ଦେଇଥିଲେ । ଏପରି ସ୍ଥିତିରେ ତଥାଗତଙ୍କ ଟ୍ୱିଟ୍ ତାତ୍ସଲ୍ୟ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/tathagat.jpg)