ସାଂସଦ ତଥାଗତ ସତପଥୀଙ୍କ ବିସ୍ଫୋରକ ବୟାନ : କହିଲେ,ଚୋରି କରି ବିଦା ହୋଇଛନ୍ତି ମନ୍ତ୍ରୀ

30

କନକ ବ୍ୟୁରୋ : ଢେଙ୍କାନାଳ ସାଂସଦ ତଥାଗତ ସତପଥୀଙ୍କ ବିସ୍ଫୋରକ ମନ୍ତବ୍ୟ । ଏକ ସଭାରେ ଯୋଗଦେଇ ତଥାଗତ କହିଲେ, ଚୋରି କରି ବିଦା ହୋଇଛନ୍ତି ମନ୍ତ୍ରୀ । ବିଜେପି ଓ କଂଗ୍ରେସ ସହ ମିଶି ଲୁଟ୍ କରୁଛନ୍ତି ବିଜେଡ଼ି ନେତା । କଂଗ୍ରେସିଆ ଚୋର, ତାଙ୍କ ସହ କମ୍ପିଟ୍ କରି ଭାଜପା ବାଲା ଆହୁରି ଚୋର ହୋଇଛନ୍ତି । ବିଜେଡ଼ି ବି କିଛି କମ୍ ନୁହଁ । ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ତଥାଗତ  ।

କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ନବୀନ ବାବୁ ୪/୫ଜଣ ଚୋରଙ୍କୁ ବାହାର କଲେ । କଟକ ଜିଲ୍ଲାର ଜଣେ ବରିଷ୍ଠ ମନ୍ତ୍ରୀ ମଧ୍ୟ ଚୋରୀ କରିଥିବାରୁ ତାଙ୍କୁ ବିଦା କରାଯାଇଛି । ତେବେ ମନ୍ତ୍ରୀ ଓ ନେତା କଣ ଚୋରୀ କରିଛନ୍ତି ,ସେସବୁ ଜାଣିବାର ଅଧିକାର ରହିଛି ଓଡିଶାବାସୀଙ୍କ ଏବଂ ସାଂସଦ ତଥାଗତ ସତପଥୀ ଏହା ସ୍ପଷ୍ଟ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି  ।