ଥମିବାର ନାଁ ଧରୁନି ତାମିଲନାଡୁ ତାତି : ୨୨ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ଡିଏମକେର ଘୋଷଣା

23

କନକ ବ୍ୟୁରୋ : ଥମୁନି ତାମିଲନାଡୁ ତାତି । ଏକପାଖିଆ ଆସ୍ଥାଭୋଟରେ ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ୱାମୀଙ୍କ ବିଜୟକୁ ନେଇ ତାମିଲନାଡୁ ରାଜନୀତି ସରଗରମ ରହିଛି । ଆସ୍ଥାଭୋଟ ପ୍ରକ୍ରିୟାକୁ ବିରୋଧ କରି ମାରିନା ବିଚରେ ସମାବେଶ କରିଥିବା ଡିଏମକେ ମୁଖ୍ୟ ଷ୍ଟାଲିନଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ପୋଲିସ । ଷ୍ଟାଲିନଙ୍କ ସହ ଡିଏମକେର ୬୩ ଜଣ ବିଧାୟକ,୩ ଜଣ ସାଂସଦ ଓ ଶତାଧିକ କର୍ମୀଙ୍କ ବିରୋଧରେ ମଧ୍ୟ ଏତଲା ରୁଜୁ ହୋଇଛି ।

ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ଯେ କୌଣସି ମୂହୁର୍ତରେ ଷ୍ଟାଲିନଙ୍କୁ ଗିରଫ କରାଯାଇ ପାରେ ବୋଲି ସୂଚନା ମିଳିଛି । ଏହାର ପ୍ରତିବାଦରେ ଆସନ୍ତା ୨୨ ତାରିଖରେ ରାଜ୍ୟବ୍ୟାପୀ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଡିଏମକେ ପକ୍ଷରୁ ଘୋଷଣା କରାଯାଇଛି । ଆକ୍ରୋଶମୂଳକ ଭାବରେ ପୋଲିସ କାର୍ଯ୍ୟାନୁଷ୍ଠାନ କରୁଥିବା କହିଛନ୍ତି ଷ୍ଟାଲିନ୍ ।

ସେପଟେ ତାମିଲନାଡୁ ବିଧାନସଭାରେ ଆସ୍ଥାଭୋଟ୍ ବେଳେ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କୁ ସମର୍ଥନ କରି ଭୋଟ୍ ଦେଇଥିବା ୫ ଜଣ ବିଧାୟକଙ୍କୁ ଫୋନରେ ଧମକ ଦିଆଯାଇଛି । ଡିଏମକେର ଗୁଣ୍ଡାମାନେ ଏହି ଧମକ ଦେଇଥିବା ବିଧାୟକମାନେ ଅଭିଯୋଗ କରିଛନ୍ତି ।