ତଳସରା ତାଜ୍ ପାଇଁ ଲଢ଼େଇ ! କିଏ ହାତେଇବ ତଳସରା ଆସନ, କାହାକୁ ବାଛିବେ ଭୋଟର?

111

କନକ ବ୍ୟୁରୋ: ସୁନ୍ଦରଗଡ଼ ଲୋକସଭା ଆସନ ଅଧିନରେ ଥିବା ତଳସରା ବିଧାନସଭା କ୍ଷେତ୍ରରେ ଚାଲିଛି ଲଢ଼େଇ । କାରଣ ଭୋଟ୍ ଦେଇ ନେତା ବାଛୁଛନ୍ତି ଜନତା । ତେବେ ଏହି ଆସନରେ କେଉଁ ଦଳର ପ୍ରାର୍ଥୀଙ୍କୁ ଭରସା କରିବେ ଭୋଟର ସେନେଇ ପ୍ରାର୍ଥୀଙ୍କ ଛାତି ଧଡ଼ପଡ଼ ହେଉଛି । କିନ୍ତୁ ଆସନ୍ତା ମେ’ ୨୩ ତାରିଖରେ ଆସିବାକୁ ଥିବା ଫଳାଫଳ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ତେବେ ତଳସରା ରାଜନୀତି ଅଙ୍କ କେଉଁଭଳି ରହିଛି ତାହା ଉପରେ ନଜର ପକାନ୍ତୁ ।

୨୦୧୯ର ଲଢେଇ
ବିଜେଡି: ଷ୍ଟିଫେନ୍ ସୋରେନ
କଂଗ୍ରେସ: ପ୍ରଫୁଲ୍ଲ ମାଝି
ବିଜେପି: ଭବାନୀ ଭୋଇ

୨୦୧୯-ବିଜେଡି: ଷ୍ଟିଫେନ୍ ସୋରେନ
– ଉଚ୍ଚଶିକ୍ଷିତ ଯୁବକ
– ଦୁବାଇରେ ଚାକିରି କରୁଥିଲେ
– ପୂର୍ବତନ ବିଧାୟକଙ୍କ ପୁଅ
– ମିସନାରୀ ଆଦିବାସୀ ଭୋଟ୍ ରହିଛି

୨୦୧୯-କଂଗ୍ରେସ: ପ୍ରଫୁଲ୍ଲ ମାଝି
– ୩ ଥର ବିଧାୟକ
– ଭୂୟାଁ ସଂପ୍ରଦାୟ ନେତା
– (ପେସା ଆଇନ୍) ପଥରଗାଡି ଆନ୍ଦୋଳନ ସହ ସଂପୃକ୍ତ
– ମିସନାରୀ ଆଦିବାସୀ ଭୋଟ୍ବ୍ୟାଙ୍କ ରହିଛି

୨୦୧୯-ବିଜେପି: ଭବାନୀ ଭୋଇ
– ପୂର୍ବତନ ସମିତି ସଭ୍ୟ
– ପୂର୍ବତନ ସରପଂଚ
– ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ
– ପ୍ରଜାଭୂୟାଁ ସମ୍ପ୍ରଦାୟ ବରିଷ୍ଠ ନେତା

ମୈଦାନରେ ମହିଳା ପ୍ରାର୍ଥୀ
– କେହି ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ
– ବାଲିଶଙ୍କରା, ବରଗାଁ, ସବଡେଗା ଏବଂ ଲେଫ୍ରିପଡାର ୧୦ଟି ଗ୍ରାମପଂଚାୟତକୁ ନେଇ ତଳସରା ନିର୍ବାଚନ ମଣ୍ଡଳୀ ଗଠିତ

ମୁହାଁମୁହିଁ ପ୍ରାର୍ଥୀ
– ଚାକିରିରୁ ରାଜନୀତିକୁ ଆସିଥିବା ବିଜେଡି ପ୍ରାର୍ଥୀ ଷ୍ଟିଫେନ୍ ସୋରେନ୍ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି

– ତିନି ତିନି ଥରର ବିଧାୟକ ତଥା ବରିଷ୍ଠ ନେତା ପ୍ରଫୁଲ୍ଲ ମାଝୀ ଚତୁର୍ଥ ଥର ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି

– ପୂର୍ବତନ ସରପଂଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭବାନୀ ଭୋଇଙ୍କୁ ପ୍ରାର୍ଥୀ କରିଛି ବିଜେପି

ତଳସରା ବିଧାନସଭା ଆସନ
– ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
– ୧୯୬୧ରେ ଗଠନ ହୋଇଥିଲା ତଳସରା ନିର୍ବାଚନମଣ୍ଡଳୀ
– ସୁନ୍ଦରଗଡ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
– ୪୦ ବର୍ଷ ହେଲା କଂଗ୍ରେସର ଗଡ
– କଂଗ୍ରେସରୁ ଗଜଧର ମାଝୀ ୫ ଥର ବିଧାୟକ
– ପ୍ରଫୁଲ୍ଲ ମାଝି ୩ ଥର ବିଧାୟକ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୬ ହଜାର ୯୪୪
– ମତ ଦେଇଥିଲେ – ୧ ଲକ୍ଷ ୩୯ ହଜାର ୦୩୫
– ଭୋଟଦାନ ହାର – ୭୦.୬୦%

୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ବିନୟ କୁମାର ଟପ୍ପୋ ବିଜେଡି ୪୪,୨୫୧ ୩୧.୮୩% ପରାସ୍ତ
ପ୍ରଫୁଲ୍ଲ ମାଝି କଂଗ୍ରେସ ୪୫,୬୮୯ ୩୨.୮୬% ବିଜୟୀ
ସନ୍ତୋଷ କୁମାର ଅମାତ ବିଜେପି ୪୧,୨୭୨ ୨୯.୬୮% ପରାସ୍ତ

କିଏ ମାରିଥିଲା ବାଜି?
– କଂଗ୍ରେସର ପ୍ରଫୁଲ ମାଝୀ ନିର୍ବାଚନ ଜିତିଥିଲେ
– ୪୫ ହଜାର ୬୮୯ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
– ବିଜେଡ଼ି ପ୍ରାର୍ଥୀ ବିନୟ କୁମାର ଟପ୍ପୋଙ୍କୁ ପରାସ୍ତ କରିଥିଲେ
– ୧ ହଜାର ୪୩୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ