ଏଣିକି ଆଦିବାସୀଙ୍କୁ ସହଜରେ ମିଳିବ ବ୍ୟାଙ୍କ ରଣ! ଜନଜାତି ଉପଦେଷ୍ଟା କମିଟିରେ ନିଆଗଲା ନିଷ୍ପତି

41

କନକ ବ୍ୟୁରୋ : ୨୦୧୯ ମାର୍ଚ୍ଚ ସୁଦ୍ଧା ଜମି ଚିହ୍ନଟ ପ୍ରକ୍ରିୟା ସାରି ଆଦିବାସୀଙ୍କୁ ଜମି ହସ୍ତାନ୍ତର କରାଯିବ । ଆଉ ଆଦିବାସୀଙ୍କୁ ସହଜ ପ୍ରକିୟାରେ ମିଳିବ ବ୍ୟାଙ୍କ ଋଣ । ଏଭଳି କିଛି ନିଷ୍ପତି ଆଜିି ଜନଜାତି ଉପଦେଷ୍ଟା କମିଟିରେ ନିଷ୍ପତି ନିଆଯାଇଛି । ସେହିପରି ଜନଜାତି ପିଲାଙ୍କ ବିକାଶ ପାଇଁ ଷ୍ଟାଇପେଣ୍ଡ ଓ ବୃତ୍ତି ଦିଆଯିବ । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୬ ହଜାର ୨ଶହ ଆବାସିକ ହଷ୍ଟେଲ ହୋଇଛି ବୋଲି ଜନଜାତି ଉପଦେଷ୍ଟା କମିଟିର ସଦସ୍ୟ ତଥା ଏସସି,ଏସଟି ବିଭାଗର ମନ୍ତ୍ରୀ ରମେଶ ମାଝୀ କହିଛନ୍ତି । ବୈଠକରେ ମୋଟ ୮ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି ।

ଅନ୍ୟପଟେ ଏହି ବୈଠକୁ ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି ଏହି କମିଟିର ସଦସ୍ୟ ତଥା କଂଗ୍ରେସ ବିଧାୟକ । ଆଜିର ବୈଠକରେ କଂଗ୍ରେସ ସଦସ୍ୟ ଜନଜାତିଙ୍କ ସଂପର୍କରେ ଅନେକ ପ୍ରସ୍ତାବ ଦେବା ସହ ପେଶା ଆଇନ ଉପରେ ଆଲୋଚନା କରିବା ପାଇଁ ଚାହୁଁଥିଲେ, କିନ୍ତୁ ଏ ପ୍ରସ୍ତାବ ଉପରେ ଆଲୋଚନା ହେଲାନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ପ୍ରଫଲ୍ଲ୍ ମାଝିି । ଦୀର୍ଘ ୩ ବର୍ଷ ପରେ ବସିଥିଲା ଜନଜାତି ଉପଦେଷ୍ଠା ପରିଷଦର ବୈଠକ । ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବରୁ ୨୦୧୫ ମାର୍ଚ୍ଚରେ ଏହି ବୈଠକ ହୋଇଥିଲା ।