ଆମେରିକା ରାଷ୍ଟ୍ରପତିଙ୍କୁ ସିରିୟାର ୭ବର୍ଷର ଝିଅର ପ୍ରଶ୍ନ ! କେବେ ଭୋକିଲା ରହିଛ ରାଷ୍ଟ୍ରପତି?

41

ସିରିୟା ନାବାଳିକାର ଟ୍ରମ୍ପଙ୍କୁ ଭିଡିଓ ଟ୍ୱିଟ୍ । ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସିରିୟା ନାବାଳିକାର ଟ୍ୱିଟ୍କୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା । ଶରଣାର୍ଥୀଙ୍କ ପ୍ରତି ଟ୍ରମ୍ପଙ୍କ କଠୋର ଆଭିମୁଖ୍ୟକୁ ନେଇ ସୋସିଆଲ ସାଇଟରେ ଲେଖିଛି ସିରିୟାର ଏହି ଛୋଟ ଝିଅଟି । ଆପଣ ଭୋକ କଣ ଜାଣିଛନ୍ତି କି ? ୨୪ ଘଂଟା ଧରି ଆପଣ କେବେ ବିନା ଖାଦ୍ୟ ଓ ପାନୀୟରେ ରହିଛନ୍ତି କି ? ସୋସିଆଲ ମିଡିଆରେ ନିୟମିତ ବ୍ଲଗ୍ ଲେଖୁଥିବା ଛୋଟ ଝିଅଟିର ଏମିତି ଟ୍ୱିଟ୍ ଏବେ ବିଶ୍ୱବାସୀଙ୍କ ମନକୁ ଛୁଇଁ ଯାଇଛି ।

ଶରଣାର୍ଥୀଙ୍କ ଦୁର୍ଦ୍ଦଶା ବୟାନ କରି ଏହି କେତୋଟି ଶବ୍ଦ ହିଁ ସାରା ଦୁନିଆକୁ ଚହଲାଇ ଦେଇଛି । ସିରିୟାର ଏହି ଛୋଟ ଝିଅଟିର ନାଁ ହେଉଛି ବାନା ଆଲାବେଦ୍ । ଝିଅଟି ଆହୁରି ଲେଖିଛି ଯେ ଆଲେପ୍ପୋ ସହରରେ ବୋମାମାଡ ପରେ ସେ ପଢୁଥିବା ସ୍କୁଲଟି ଧ୍ୱଂସ ପାଇଯାଇଛି । ଆଉ ତା’ର ଅନେକ ସାଥୀଙ୍କ ଅକାଳ ମୃତ୍ୟୁ ହୋଇଛି ।

ଯୁଦ୍ଧ ବିଧ୍ୱସ୍ତ ଆଲେପ୍ପୋରୁ ପ୍ରାଣ ବିକଳରେ ବିଭିନ୍ନ ଦେଶରେ ଆଶ୍ରୟ ଚାହୁଁଥିବା ଶରଣାର୍ଥୀଙ୍କ ଅବସ୍ଥା ସଂପର୍କରେ ଟ୍ରମ୍ପଙ୍କୁ ଲେଖିଛି ଝିଅଟି । ସିରିୟାର ଏହି ଛୋଟ ଝିଅଟିର ନାଁ ହେଉଛି ବାନା ଆଲାବେଦ୍ । ଯୁଦ୍ଧ ବିଧ୍ୱସ୍ତ ଆଲେପ୍ପୋରୁ ପ୍ରାଣ ବିକଳରେ ପଳାଇ ଯାଇ ବିଭିନ୍ନ ଦେଶରେ ଆଶ୍ରୟ ଚାହୁଁଥିବା ଶରଣାର୍ଥୀଙ୍କ ଅବସ୍ଥା ସଂପର୍କରେ ଟ୍ରମ୍ପଙ୍କୁ ଚେତାଇଛି ଝିଅଟି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :