କ’ଣ ଶିକ୍ଷାନୁଷ୍ଠାନରେ ବି ଅସୁରକ୍ଷିତ ଝିଅ ? ୫ ବର୍ଷର କୁନିଝିଅକୁ ସ୍କୁଲରେ ଦୁଷ୍କର୍ମ କଲା ସଫେଇକର୍ମୀ , ସିସିଟିଭିରୁ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କଲା ପୋଲିସ୍ ।

207

ଦକ୍ଷିଣ ଦିଲ୍ଲୀର ଜିକେ-୨ କ୍ଷେତ୍ରରେ ଏକ ବେସରକାରୀ ବିଦ୍ୟାଳୟରେ ୫ ବର୍ଷୀୟା ଜଣେ ଶିଶୁକନ୍ୟାକୁ ଯୌନ ଉତ୍ପୀଡନ କରିବା ଘଟଣା ଏବେ ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ବିଦ୍ୟାଳୟର ଜଣେ ସଫେଇକର୍ମୀ । ଅଭିଯୁକ୍ତର ପରିଚୟ ପିଥା ମୁଥୁ (୪୫) ନାଁରେ ହୋଇଛି । ପୋଲିସ୍ କହିବାନୁସାର ଏହି ଘଟଣା ଅଗଷ୍ଟ ୮ ତାରିଖରେ ଘଟିଥିଲା । ପୀଡିତାର ମା’ ଥାନାରେ ଝିଅର ଦୁଷ୍କର୍ମକୁ ନେଇ ଏତଲା ଦେବା ପରେ ପୋଲିସ୍ ଜାଞ୍ଚ୍ କରିବା ଆରମ୍ଭ କରିଥିଲା । ପୀଡିତାର ଚିକିତ୍ସା ଏମ୍ସରେ ହୋଇଥିଲା ଏବଂ ଡାକ୍ତରଖାନାରେ ଯୌନ ଉତ୍ପୀଡନ ହୋଇଥିବା କଥା ମଧ୍ୟ ସ୍ପଷ୍ଟ ହୋଇଥିଲା । ଏହାପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା ।

ପୋଲିସ୍ କହିବାନୁସାର ଅଭିଯୁକ୍ତ ଉପରେ ପକ୍ସୋ ଅଧିନିୟମ ସମ୍ବନ୍ଧୀତ ଧାରା ଅନୁସାରେ ଦଫା ଲଗାଯାଇଛି । ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିବା ପରେ ସ୍କୁଲରେ ପଢୁଥିବା ପିଲାମାନଙ୍କ ସୁରକ୍ଷା ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସିସିଟିଭି କ୍ୟାମେରାରୁ ଦେଖିଲେ ଜଣାପଡୁଛି କି କୁନି ଝିଅଟି ପରିଶ୍ରା କରିବା ପାଇଁ ପାଇଖାନାକୁ ଯାଉଛି ଏବଂ ଅଭିଯୁକ୍ତ ଝିଅଟି ପଛରେ ପାଇଖାନା ଯାଉଛି । ଅଧିକାରୀଙ୍କ କହିବାନୁସାର ଅଭିଯୁକ୍ତ ଗତ ୨୦ ବର୍ଷ ଧରି ସ୍କୁଲରେ ସଫେଇକର୍ମୀ ଭାବରେ କାମ କରିଆସୁଥିଲା । ଘଟଣା ଦିନ ହିଁ ଅଭିଯୁକ୍ତକୁ ଗିରଫ କରାଯାଇଛି ।