ଗୋବର , ମାଟି ଓ କାଠରେ ପ୍ରସ୍ତୁତ ହେଉଛି ଅଫିସ୍ ଏବଂ ରେଷ୍ଟୁରାଣ୍ଟ୍  ! ଦମ୍ପତୀଙ୍କ ପ୍ରୟାସରେ ସହର ପରିବେଶରେ ଦେଖିବାକୁ ମିଳୁଛି ଗାଁର ଝଲକ । 

296

ଗୁଜୁରାଟ୍ ଅହମ୍ମଦାବାଦର ସ୍ଥାପତ୍ୟକର ସ୍ନେହଲ୍ ଏବଂ ଭଦ୍ରୀ ସୁଥାର୍ ରିସାଇକେଲ୍ କନଷ୍ଟ୍ରକ୍ସନ୍ ମାଟେରିୟାଲ୍ ମାଧ୍ୟମରେ ନୂଆ ନୂଆ ରେଷ୍ଟୁରାଣ୍ଟ୍ ଏବଂ ଅନ୍ୟ ଭବନ ପ୍ରସ୍ତୁତ କରିବାର କାମ କରୁଛନ୍ତିି । ଏହି ଦମ୍ପତୀ ଗୋବର , ମାଟି ଏବଂ କାଠର ବ୍ୟବହାର କରି ବିଭିନ୍ନ ରେଷ୍ଟୁରାଣ୍ଟ୍ ପ୍ରସ୍ତୁତ କରୁଛନ୍ତି ।

ସ୍ନେହଲ୍ ସାନ୍ ଫ୍ରାନ୍ସିସ୍କୋ ଆର୍କିଟେକ୍ଚରରୁ ସସଟେନିବିଲିଟିରେ ପିଜି କରିଥିବା ବେଳେ ଭଦ୍ରୀ ଗୁୁଜୁରାଟ୍ ବିଦ୍ୟାନଗର ଅରବିନ୍ଦଭାଇ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଚରରୁ ଇଣ୍ଟିରିୟର୍ ଡିଜାଇନ୍ ରେ ଡିପ୍ଲୋମା କରିଛନ୍ତି । ୨୦୦୨ ମସିହାରେ ଏହି ଦମ୍ପତୀ ଦ ଗ୍ରୀଡ୍ ର ସ୍ଥାପନା କରିଥିଲେ । ତେବେ ଆସନ୍ତୁ ଏହି ଦମ୍ପତୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଦ ଗ୍ରୀଡ୍ ର ସ୍ଥାପନା ଶୈଳୀ ଉପରେ ନଜର ପକାଇବା ।

୧ . ଜୈବିକ ଦୋକାନ : ଯେତେବେଳେ ଏହି ଦମ୍ପତୀକୁ ସହରରେ ଏକ ଜୈବିକ ଦୋକାନ ଖୋଲିବାର ପ୍ରୋଜେକ୍ଟ ମିଳିଥିଲା । ସେତେବେଳେ ତାଙ୍କୁ କୁହାଯାଇଥିଲା ଯେ ଏହି ଦୋକାନ ସମ୍ପୁର୍ଣ୍ଣ ରୂପେ ଜୈବିକ ଭଳି ଦେଖାଯିବା ଦରକାର । ତାଙ୍କ ଗ୍ରାହକ ପୂର୍ବରୁ ଜଣେ କୃଷକ ଥିବାରୁ ଏହି ଦମ୍ପତୀ କୃଷିକ୍ଷେତରୁ ଘରକୁ ଆସୁଥିବା ଫସଲ ଭଳି ଡିଜାଇନ୍ ରେ ଦୋକାନ ପ୍ରସ୍ତୁତ କଲେ । ଗାଇର ଗୋବର ଏବଂ ଘାସର ମିଶ୍ରଣରେ ସାମଗ୍ରୀ ,ଚଟାଣରେ କାଠର ପ୍ରୟୋଗ କରାଗଲା । ଲାଇଟ୍ ସ୍ଥାନରେ ଏଲଇଡି ଲଗାଗଲା ।

୨ . ଇକୋ – ଫ୍ରେଣ୍ଡଲି ଅଫିସ୍  : ଗାନ୍ଧୀନଗରରେ ନିଜ ଗ୍ରାହକଙ୍କ ଅଫିସ୍ କୁ ଏକ ଫାର୍ମ ହାଉସ୍ ଭଳି ରୂପ ଦେବାକୁ କମ୍ପାନୀ ମାଟି ଏବଂ ପ୍ରାକୃତିକ ସାମଗ୍ରୀର ପ୍ରୟୋଗ କରିଛି । କାନ୍ଥରେ ହଳଦିଆ ରଙ୍ଗର ପ୍ରସ୍ତର ଖଚିତ ହେଲା ଯେଉଁଥିରେ ବାହାରର କିରଣ ଅଫିସ୍ ଭିତରକୁ ମଧ୍ୟ ଯାଇପାରିବ । ଅଫିସ୍ ବାହାର ସୁନ୍ଦର ଦେଖାଯିବା ପାଇଁ ଏକ ଶଗଡ଼ ଏବଂ କିଛି ମାଟିପାତ୍ର ମଧ୍ୟ ରଖାଯାଇଥିଲା ।

୩ . ଟେରାକୋଟା ରେଷ୍ଟୁରାଣ୍ଟ୍ : ଏହି ଦମ୍ପତୀଙ୍କ ନିଜର ଟେରାକୋଟା ରେଷ୍ଟୁରାଣ୍ଟ୍ ରହିଛି । ଯେଉଁଥିରେ ମାଟି, ଇଟା ,ଟେରାକୋଟା ଏବଂ କଞ୍ଚା କାଠ ଭଳି ସ୍ଥାନୀୟ ବସ୍ତୁକୁ ବ୍ୟବହାର କରାଯାଇଛି । ରେଷ୍ଟୁରାଣ୍ଟ୍ ରେ ୨ ମିଲିମିଟର ମୋଟା ଷ୍ଟିଲ୍ ର ଲେଜର୍ –କଙ୍କ୍ ସ୍କ୍ରୀନ୍ ରହିଛି । ଯାହା ଭିନ୍ନ ରୁପରେ ଜାଲିକୁ ପାରମ୍ପରିକ ଡିଜାଇନ୍ ର ଅନୁଭବ ଦେଉଛନ୍ତି । କାନ୍ଥରେ ପୁରୁଣା ସମୟର ଝରକା  ଏବଂ ସାଜସଜ୍ଜା ବି ରେଷ୍ଟୁରାଣ୍ଟ୍ ର ସୁନ୍ଦରତାକୁ ଦ୍ୱିଗୁଣିତ କରୁଛି ।