୩୯ ବର୍ଷରେ ପାଦଦେଲେ ସୁସ୍ମିତା ! ଦିନ ଥିଲା ତାଙ୍କ ପାଇଁ ଜୀବନ ହାରିବାକୁ ବି ପଛାଇନଥିଲେ ନିର୍ଦ୍ଦେଶକ

18

ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ ୟୁନିଭର୍ସ ସୁସ୍ମିତା ସେନଙ୍କୁ ନେଇ ବଲିଉଡ ଇଣ୍ଡଷ୍ଟ୍ରୀରେ ସବୁବେଳେ ଚର୍ଚ୍ଚା । ଅନେକ ସମୟରେ ତାଙ୍କ ଆଫେୟାର୍ସ କୁ ନେଇ ମଧ୍ୟ ଚର୍ଚା ହୋଇଥାଏ । ନିର୍ଦ୍ଦେଶକ ବିକ୍ରମ ଭଟ୍ଟ, ହୋଟେଲ ମାଲିକ ସଂଜୟ ନାରଙ୍ଗ , ଅଭିନେତା ରଣଦୀପ ହୁଦା, ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ସମେତ ପାକିସ୍ତାନ କ୍ରିକେଟର ୱାସିମ ଆକ୍ରମଙ୍କ ଭଳି ଅନେକଙ୍କ ସହ ସୁସ୍ମିତାଙ୍କର ଆଫେୟାର୍ସକୁ ନେଇ ଚର୍ଚ୍ଚା ହୋଇଥାଏ । ନିକଟରେ ମୁମ୍ବାଇର ଅନେକ ନାଇଟ କ୍ଲବ ପ୍ରତିଷ୍ଠା କରିଥିବା ହ୍ରିତିକ ଭାସିନଙ୍କ ସହ ସୁସ୍ମିତାଙ୍କର ଆଫେୟାର୍ସକୁ ନେଇ ଆଲୋଚନା ହେଉଛି । ଏତେଜଣଙ୍କ ସହ ତାଙ୍କ ନାଁ ଯୋଡିହେବା ପରେ ବି ସେ ବିବାହ ନକରି ଦୁଇଟି ପିଲାଙ୍କର ମାଆ ହୋଇସାରିଛନ୍ତି ।

କିନ୍ତୁ ତାଙ୍କ ପାଇଁ ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ପ୍ରଥମେ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ଚକ୍କର ସୁସ୍ମିତାଙ୍କ ସହ ଚାଲିଥିଲା । ବିକ୍ରମ ତାଙ୍କ ରିଲେସନକୁ ନେଇ ଅନେକ ସମ୍ବେଦନଶୀଳ ଥିଲେ । ସୁସ୍ମିତାଙ୍କ ସହ ବ୍ରେକ ଅପ ହେବା ପରେ ବିକ୍ରମ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସେ ଏକ ଛଅ ମହଲା କୋଠାରୁ ଡେଇଁବାକୁ ଉଦ୍ୟମ କରିଥିଲେ କିନ୍ତୁ ତା ପୂର୍ବରୁ ତାଙ୍କୁ ବଂଚାଇ ଦିଆଯାଇଥିଲା । ସେତେବେଳେ ବିକ୍ରମଙ୍କୁ ୨୭ ବର୍ଷ ହୋଇଥିବା ବେଳେ ସୁସ୍ମିତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା । ବିକ୍ରମ କହିଥିଲେ , ମୋର ସେତେବେଳେ ଛାଡପତ୍ର ହୋଇଥିଲା , ମୋ ଫିଲ୍ମ ‘ଗୁଲାମ’ ରିଲିଜ ହୋଇଥିଲା । ମୁଁ ସୁସ୍ମିତାଙ୍କ ଠାରୁ ଦୂରେଇ ଯାଇଥିଲି । ମୁଁ ଦୁଃଖରେ ଥିଲି । ସେତେବେଳେ ମୋର ମୋ ଝିଅ କଥା ବହୁତ ମନେପଡୁଥିଲା ।

ବିକ୍ରମ ଭଟ୍ଟଙ୍କ ପରେ ସୁସ୍ମିତାଙ୍କ ଜୀବନରେ ଅନେକ ଲୋକ ଆସିଛନ୍ତି କିନ୍ତୁ ଅଧିକ ସମୟ କେହି ରହିପାରିନାହାନ୍ତି । ସୁସ୍ମିତାଙ୍କର ଦୁଇ ଝିଅ ରେନି ଓ ଆଲିଶା ଅଛନ୍ତି । କ୍ୟାରିଅର ପ୍ରାରମ୍ଭରେ ସେ ରେନିକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିଲେ । ତାର କିଛି ବର୍ଷ ପରେ ଆଲିଶାଙ୍କୁୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଛନ୍ତି ସୁସ୍ମିତା ।