ସୁଷମାଙ୍କ ଶେଷ ଟ୍ୱିଟ୍ । ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ଧାରା ୩୭୦ ଉଚ୍ଛେଦ ପାଇଁ ମୋଦି ସରକାରଙ୍କୁ ଜଣାଇଥିଲେ ଶୁଭେଚ୍ଛା, ଜାଣନ୍ତୁ ଟ୍ୱିଟରରେ ଲେଖିଥିଲେ କଣ?

1,112

କନକ ବ୍ୟୁରୋ : ଶେଷ ଶର୍ଯ୍ୟାରେ ସୁଷମା । ପୂର୍ବତନ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ । ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁଷମା ସ୍ୱରାଜ । ଛାତିରେ ଯନ୍ତ୍ରଣା କାରଣରୁ ସୁଷମାଙ୍କୁ ଆଜି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସୁଷମାଙ୍କର ଦେହାନ୍ତ ହୋଇଥିଲା ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ସୁଷମା ଦ୍ୱିତୀୟ ମହିଳା ବୈଦଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସୁଷମା ୭ ଥର ସାଂସଦ ରହିଥିବା ବେଳେ ୩ଥର ବିଧାୟିକା ରହିଥିଲେ । ଏହାଛଡା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ସୁଷମା ।

ମାତ୍ର ୨୫ ବର୍ଷ ବୟସରୁ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ସୁଷମା । ବୈଦଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପୂର୍ବରୁ ବାଜପେୟୀଙ୍କ ୧୩ ଦିନିଆ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ସୁଷମା । ତେବେ ସୁଷମାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଦେଶର ତୁଙ୍ଗ ନେତା ଶୋକ ପ୍ରକାଶ କରିଛନ୍ତି । ଅସୁସ୍ଥତା କାରଣରୁ ସୁଷମା ଚଳିତ ଲୋକସଭା ନିର୍ବାଚନରେ ନ ଲଢିବାକୁ ନିଜ ଆଡୁ ଘୋଷଣା କରିଥିଲେ ।