ଦୁଷ୍କର୍ମ ଅଭିଯୋଗରେ ଆସାରାମ୍ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ ! ଏପ୍ରିଲ୍ ୩୦ ରେ ଦଣ୍ଡାଦେଷ ଘୋଷଣା କରିବେ ନ୍ୟାୟାଳୟ ।

218

ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ କାଟୁଥିବା ଆସାରାମ୍ ବାପୁଙ୍କ ପୁଅ ନାରାୟଣ ସାଇକୁ ସାଧ୍ୱୀଙ୍କ ବଳାତ୍କାର ମାମଲାରେ ସୁରତ୍ ସେସନ୍ କୋର୍ଟ ତରଫରୁ ଦୋଷୀ ସାବ୍ୟସ୍ତ କରାଯାଇଛି । କୋର୍ଟ ଏବେ ଅପ୍ରେଲ୍ ୩୦ ତାରିଖରେ ନାରାୟଣ ସାଇକୁ ସଜା ଶୁଣାଇବେ ।

ନାରାୟଣ ସାଇଙ୍କ ବିପକ୍ଷରେ ସାଧ୍ୱୀ ବଳାତ୍କାର ମାମଲା ଦାଖଲ କରିଥିଲେ । ଆଜି ଅଦାଲତ ତରଫରୁ ଏହି ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ନାରାୟଣ ସାଇଙ୍କ ସମେତ ଆଉ ଦଶଜଣ ଅଭିଯୁକ୍ତ ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରେ ନାରାୟଣଙ୍କୁ ଛାଡିଦେଲେ ଆଉ ସବୁ ଜାମିନରେ ବାହାରେ ଅଛନ୍ତି । ଆପଣଙ୍କୁ କହିରଖୁଛୁ ସୁରତ୍ ର ଜଣେ ମହିଳା ନାରାୟଣ ସାଇଙ୍କ ଉପରେ ଦୁଷ୍କର୍ମ କରିବାର ଅଭିଯୋଗ ଲଗାଇଥି ଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ମହିଳା ଆଶାରାମଙ୍କ ଆଶ୍ରମରେ ଥିବା ସମୟରେ ସେ ଦୁଷ୍କର୍ମର ଶିକାର ହୋଇଥିବା କଥା କହିଥିଲେ । ଡିସେମ୍ବର ୨୦୧୩ ରେ ତାଙ୍କୁ ଲାଜପୋର ସେଣ୍ଟ୍ରାଲ୍ ଜେଲକୁ ତାଙ୍କୁ ପଠାଯାଇଥିଲା । ଆଶାରାମ୍ ମଧ୍ୟ ଏହି ଅଭିଯୋଗରେ ରାଜସ୍ଥାନ ଯୋଧପୁର ଜେଲରେ ବନ୍ଦି ଜୀବନ ଅତିବାହିତ କରୁଛନ୍ତିି । ଏହି ଘଟଣା ୫ ବର୍ଷ ତଳେ ଆଶାରାମଙ୍କ ଆଶ୍ରମରେ ଘଟିଥିଲା ।