ଆଉ କିଛି ସମୟ ପରେ ଆସିବ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଶାବରୀମାଳା ମାମଲା ଓ ରାଫେଲ ଯୁଦ୍ଧ ବିମାନ କ୍ରୟ ସମ୍ବନ୍ଧରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଇବେ ରାୟ

158

ସୁପ୍ରିମକୋର୍ଟ ଆଜି ଗୋଟିଏ ଦିନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାମଲା ଶାବରୀମାଳା ଓ ରାଫେଲ ଯୁଦ୍ଧ ବିମାନମାନ କ୍ରୟ ସମ୍ବନ୍ଧରେ ରାୟ ଘୋଷଣା କରିବେ । ଅଯୋଧ୍ୟା ଘଟଣାରେ ଐତିହାସିକ ରାୟ ଦେବା ପରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଈଙ୍କ ଅଧୀନରେ ଏହି ଦୁଇଟି ଘଟଣା ଉପରେ ରାୟ ଘୋଷଣା ହେବ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ଏଏମ  ଖାନଓି୍ୱଲକର, ଡି ୱାଇ ଚନ୍ଦ୍ରଚୂଡ ଏବଂ ଇନ୍ଦୂ ମଲହୋତ୍ରାଙ୍କ ପୀଠ ପୂର୍ବାହ୍ନ ୧୦ ଟା ୩୦ ରେ ଏହାର ରାୟ ପ୍ରକାଶ କରିବେ । ୨୦୧୮ ସେପ୍ଟେମ୍ବର ୨୮ ରେ ସୁପ୍ରିମକୋର୍ଟ ଶାବରୀମାଳା ମନ୍ଦିରରେ ୧୦ ରୁ ୫୦ ବୟସ୍କ ମହିଳାଙ୍କ ପ୍ରବେଶ ଉପରେ କଟକଣା ଉଠାଇଥିଲେ । ସମୀକ୍ଷା ଆବେଦନ ଉପରେ ଶୁଣାଣି ଶେଷ କରି ସୁପ୍ରିମକୋର୍ଟ ୨୦୧୯ ରେ ରାୟ ସଂରକ୍ଷିତ ରଖିଥିଲେ । ଏଥି ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଥିବା ଅଦାଲତ ଅବମାନନା ମାମଲାର ରାୟ ମଧ୍ୟ ଆଜି ପ୍ରକାଶ ପାଇବ ।

 

ସୂଚନାନୁସାରେ, କେରଳର ଶାବରୀମାଳା ମନ୍ଦିରକୁ ମହିଳାମାନଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳୁନଥିଲା । କିନ୍ତୁ ନିକଟ କିଛି ବର୍ଷ ମଧ୍ୟରେ କିଛି ମହିଳା ସଂଗଠନ ଦ୍ୱାରା ସୁପ୍ରିମକୋର୍ଟରେ ଏହା ଉପରେ ଆଲୋଚନା ହୋଇଥିଲା । ଏବଂ ସୁପ୍ରିମକୋର୍ଟ ଏହା ଉପରେ ରାୟ ପ୍ରଦାନ କରି ମହିଳାମାନଙ୍କୁ ମନ୍ଦିରକୁ ପ୍ରବେଶ କରିବା ପାଇଁ ଅନୁମତି ଦେଇଥିଲେ । ପରେ ଏହି ରାୟ ବିରୁଦ୍ଧରେ ଜଷ୍ଟିସ ଗୋଗୋଈଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏକ ରିଭ୍ୟୁ ପିଟିସନ ଦାୟର କରାଯାଇଥିଲା ।