ରାହୁଲଙ୍କ ବିରୋଧରେ ଚାଲିବନି ମକଦ୍ଦମା । କ୍ଷମାପ୍ରାର୍ଥନାକୁ ଗ୍ରହଣ କଲେ ସୁପ୍ରିମକୋର୍ଟ, ଭବିଷ୍ୟତରେ ଏପରି ନକରିବାକୁ ଦେଲେ ଚେତାବନୀ ।
କନକ ବ୍ୟୁରୋ : ରାଫେଲ୍ ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚୌକିଦାର ଚୌର୍ ବୋଲି ରାହୁଲ୍ ଗାନ୍ଧି ଦେଇଥିବା ବୟାନର ଆଜି ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । କୋର୍ଟଙ୍କୁ ରାହୁଲ ଦେଇଥିବା କ୍ଷମା ପ୍ରାର୍ଥନାକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିଥିବା କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବାକୁ ଯାଇ ଫ୍ରାନ୍ସ ସହିତ ରାଫେଲ୍ ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି । ଏହା ସହ ଏହାର ଦାମ୍ କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ତେବେ ଆଜି ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା ପରେ ରାହୁଲଙ୍କୁ ମଧ୍ୟ ବଡ ଆଶ୍ୱସ୍ତି ମିଳିଛି । ଅନ୍ୟପଟେ ଭବିଷ୍ୟତରେ ଏପପରି ନକରିବାକୁ ମଧ୍ୟ ରାହୁଲ ଗାନ୍ଧିଙ୍କୁ ଚେତାବନୀ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।