ନିର୍ଭୟା ସୈତାନଙ୍କ ଆବେଦନ ଖାରଜ, ଫାଶୀ ସୁନିଶ୍ଚିତ: ୨ ଅଭିଯୁକ୍ତଙ୍କ କ୍ୟୁରେଟିଭ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ; ଆସନ୍ତା ୨୨, ସକାଳ ୭ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ଦୋଷୀ

405

ସୁପ୍ରିମକୋର୍ଟରେ ୫ଜଣିଆ ଖଣ୍ଡପୀଠରେ ଶୁଣାଣୀ

୨୨ ଜାନୁୟାରୀରେ ନିର୍ଭୟା ସୈତାନଙ୍କୁ ମିଳିବ ଫାଶୀ

କନକ ବ୍ୟୁରୋ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଆବେଦନ କରିଥିବା କ୍ୟୁରେଟିଭ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଏନ. ଭି. ରମନ୍ନା, ଅରୁଣ ମିଶ୍ରା, ଆରଏଫ ନରିମାନ, ଆର ଭାନୁମତି, ଅଶୋକ ଭୂଷଣ ଏହି ମାମଲାର ଶୁଣାଣି କରିଛନ୍ତି । ଫାଶୀ ଦଣ୍ଡ ପାଇଥିବା ୪ଜଣଙ୍କ ମଧ୍ୟରୁ ୨ଜଣ କ୍ୟୁରେଟିଭ୍ ପିଟିସନ ଦାଖଲ କରିଥିଲେ ।

ପ୍ରଥମେ ବିନୟ ଶର୍ମା କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ ଏବଂ ପରେ ନିର୍ଭୟା ଦୋଷୀ ମୁକେଶ ମଧ୍ୟ ପିଟିସନ ଦାଖଲ କରିଥିଲେ । ଯାହାକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛି । ତେବେ ଏହି ପିିଟିସନରେ ବିନୟ ଶର୍ମା କହିଥିଲେ କି, ଏକମାତ୍ର ଆବେଦନକାରୀଙ୍କୁ ଦଣ୍ଡିତ କରାଯାଇ ପାରିବ ନାହିଁ । ବରଂ ଅପରାଧିକ କାର୍ଯ୍ୟାନୁଷ୍ଠାନ କାରଣରୁ ତାଙ୍କ ପୂରା ପରିବାରକୁ ବହୁତ ପ୍ରତାଡିତ କରାଯାଇଛି । ଏଥିରେ ତାଙ୍କ ପରିବାର କୌଣସି ଭୁଲ ନାହିଁ ଏହା ଜାଣିବା ସତ୍ୱେ ବି ତାଙ୍କ ପରିବାର ଲୋକଙ୍କୁ ସାମାଜିକ ପ୍ରତାଡନା ଏବଂ ଅପମାନ ସହିବାକୁ ପଡୁଛି ।

https://zeenews.india.com/

ତେବେ ୪ଜଣଙ୍କୁ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ତିହାର ଜେଲରେ ଫାଶୀ ଦିଆଯିବ । ପଟିଆଲା ହାଉସ୍ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ସତୀଶ କୁମାର ଅରୋରା ଦୋଷୀମାନଙ୍କୁ ଡେଥ୍ ୱାରେଂଟ ବା ମୃତ୍ୟୁ ପରୱାନା ଶୁଣାଇ ମଧ୍ୟ ସାରିଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ୪ଜଣଙ୍କ ମଧ୍ୟରୁ ୨ ଜଣ ଦୋଷୀ ମୁକେଶ ଏବଂ ବିନୟ କୁମାର କ୍ୟୁରେଟିଭ୍ ପିଟିସନ ଦାଖଲ କରିଥିଲେ । ଯାହାକୁ ଆଜି ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି ।