ରାଜ୍ୟଗୋଷ୍ଠୀ ସଚିବାଳୟରେ ଅଧ୍ୟକ୍ଷ ପଦବୀ: ମୋଦି ସରକାରଙ୍କ ପ୍ରସ୍ତାବକୁ ବିଚାରପତି ଏ.କେ.ସିକ୍ରିଙ୍କ ପ୍ରତ୍ୟାଖ୍ୟାନ

ମାର୍ଚ୍ଚ ୬ରେ ଅବସର ପରେ ସରକାର ଦେବାକୁ ଚାହୁଁଥିଲେ ଦାୟିତ୍ୱ

95

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ବିଚାରପତି ଏ.କେ.ସିକ୍ରିଙ୍କ ପ୍ରତ୍ୟାଖ୍ୟାନ । ଲଣ୍ଡନ ରାଜ୍ୟଗୋଷ୍ଠୀ ସଚିବାଳୟ ଆର୍ବିଟ୍ରାଲ ଟ୍ରିବ୍ୟୁନାଲରେ ଅଧ୍ୟକ୍ଷ ପଦ ପାଇଁ ମନୋନୀତ କରାଯିବାକୁ ଏନଡିଏ ସରକାର ଦେଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟ ବରିଷ୍ଠ ବିଚାରପତି ଏ.କେ,ସିକ୍ରି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ।

ନିକଟରେ ଆଲୋକ ବର୍ମାଙ୍କ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇବା ନିମନ୍ତେ ବସିଥିବା ଚୟନ କମିଟି ବୈଠକରେ ଜଷ୍ଟିସ ସିକ୍ରି ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କୁ ପ୍ରତିନିଧିତ୍ୱ କରିଥିଲେ । ବିଚାରପତି ସିକ୍ରି ଆଗାମୀ ମାର୍ଚ ୬ ତାରିଖରେ ଅବସର ନେବେ । ଅବସର ପରେ ତାଙ୍କୁ ସରକାର ଏହି ନୂଆ ଦାୟିତ୍ୱ ଦେବାକୁ ଚାହୁଁଥିଲେ ।