ଯୌତୁକ ନିର୍ୟାତନା ମାମଲାର ତଦନ୍ତ ଉପରେ ପୂର୍ବରୁ ଦେଇଥିବା ଏକ ନିଷ୍ପତ୍ତିକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଆଜି ପୁଣି ଥରେ ବଦଳାଇ ଦେଇଛନ୍ତି। ଏଥିସହ ଯୌତୁକ ନିର୍ୟାତନା ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡବିଧି ଆଇନ (ଆପିସି)ର ଧାରା ୪୯୮-ଏ ରେ ଆଗତ ହେଉଥିବା ମାମଲାଗୁଡ଼ିକର ତଦନ୍ତ ପୂର୍ବପରି ପୁଲିସ୍ ଅଧିକାରୀମାନେ ଏଣିକି କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଏ ଏମ୍ ଖାନଓ୍ଵିଲକର୍ ଓ ଜଷ୍ଟିସ୍ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଯୌତୁକ ନିର୍ୟାତନା ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡବିଧି ଆଇନ (ଆପିସି)ର ଧାରା ୪୯୮-ଏ ରେ ଆଗତ ହେଉଥିବା ମାମଲାଗୁଡ଼ିକର ତଦନ୍ତ ପୁଲିସ୍ ଆରମ୍ଭ କରିବା ପୂର୍ବରୁ ଆଗତ ଅଭିଯୋଗଗୁଡ଼ିକର ସତ୍ୟତା ଓ ଯଥାର୍ଥତା ଏକ ‘ଫ୍ୟାମେଲି େଓ୍ଵଲଫେୟାର କମିଟି’ (ପରିବାର କଲ୍ୟାଣ କମିଟି) ଗଠନ କରି ତା’ ମାଧ୍ୟମରେ ପରୀକ୍ଷା କରି ଦେଖିବାକୁ ସୁପ୍ରିମକୋର୍ଟ ପୂର୍ବରୁ ଗତ ୨୦୧୭ ଜୁଲାଇ ୨୭ ତାରିଖରେ ଯେଉଁ ନିର୍ଦ୍ଦେଶନାମା ଜାରି କରିଥିଲେ, ତାହାର କୌଣସି ଆବଶ୍ୟତା ନଥିବା ଉପଲବ୍ଧି କଲାପରେ ଏବେ ତାହାକୁ ପ୍ରତ୍ୟାହାର କରି ନେଉଛନ୍ତି। ଏଥିସହ ଯୌତୁକ ନିର୍ୟାତନା ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡବିଧି ଆଇନ (ଆପିସି)ର ଧାରା ୪୯୮-ଏ ରେ ଆଗତ ହେଉଥିବା ମାମଲାଗୁଡ଼ିକର ତଦନ୍ତ ପୂର୍ବପରି ପୁଲିସ୍ ଅଧିକାରୀମାନେ ଏଣିକି କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ତେବେ, ଯୌତୁକ ନିର୍ୟାତନା ମାମଲା ସମ୍ବେଦନଶୀଳ ମାମଲା ହୋଇଥିବା ଦୃଷ୍ଟିରୁ ଯେଉଁ ପୁଲିସ୍ ଅଧିକାରୀ ଏପ୍ରକାର ମାମଲାର ତଦନ୍ତ କରିବେ ସେ ଦିଗରେ ବିଶେଷ ଯତ୍ନବାନ ରହିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ବିଶେଷ କରି ଯୌତୁକ ନିର୍ୟାତନା ଅଭିଯୋଗ ଉପରେ କାହାକୁ ଗିରଫ କରିବା ପୂର୍ବରୁ ସେ ଦିଗରେ ଯଥେଷ୍ଟ ସତର୍କତା ଓ ସାବଧାନତା ଅବଲମ୍ବନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଯୌତୁକ ନିର୍ୟାତନା ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡବିଧି ଆଇନ (ଆପିସି)ର ଧାରା ୪୯୮-ଏ ରେ ଆଗତ ହେଉଥିବା ମାମଲାଗୁଡ଼ିକର ତଦନ୍ତ କରୁଥିବା ପୁଲିସ୍ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ପ୍ରଦାନ କରିବାକୁ ମଧ୍ୟ ପ୍ରତ୍ୟେକ ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/kkkk.jpeg)
/kanak/media/post_attachments/wp-content/uploads/2018/09/dehej-pratha-par-nibandh-1-e1507854676907.jpg)