ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ! କହିଲେ, ଆପୋଷ ବୁଝାମଣାରେ ସମାଧାନ କରନ୍ତୁ ଦୁଇ ପକ୍ଷ
କନକ ବ୍ୟୁରୋ : ଅଯୋଧ୍ୟା ରାମ ମନ୍ଦିର ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ଉଭୟ ପକ୍ଷ ଆପୋଷ ବୁଝାମଣାରେ ସମାଧାନ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେବେ ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ବୋଲି କୋର୍ଟ କହିଛନ୍ତି । ରାମ ମନ୍ଦିର ମାମଲା ଧର୍ମ ଓ ଆସ୍ଥା ସହିତ ଜଡିତ ବୋଲି ସୁପ୍ରିମକୋର୍ଟ ନଜି ଟିପ୍ପଣୀରେ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏନେଇ ଆବେଦନକାରୀ ସୁବ୍ରମନ୍ୟମ ସ୍ୱାମୀ ସୂଚନା ଦେଇଛନ୍ତି । ଏହାସହ ମାମଲାର ସମାଧାନ ପାଇଁ ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟର ବିଚାରପତି ମଧ୍ୟସ୍ଥତା କରିବେ ବୋଲି ମୁଖ୍ୟବିଚାରପତି କହିଛନ୍ତି । ଉଭୟ ପକ୍ଷର ଆପୋଷ ବୁଝାମଣା ପାଇଁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ କୋର୍ଟ ସମୟ ଦେଇଛନ୍ତି ।