ବାରିପଦା ମେଡିକାଲ କଲେଜକୁ ମିଳିଲା ଅନୁମତି ! ୧୦୦ ଏମବିବିଏସ ସିଟରେ ନାମଲେଖା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ

25

କନକ ବ୍ୟୁରୋ: ମୟୁରଭଞ୍ଜ ବାରିପଦାରେ ସେଲିବ୍ରେସନ୍ । ବାଣ ଫୁଟାଇ, ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି ଅଂଚଳବାସୀ । କାରଣ ବହୁ ବାଦବିବାଦ ପରେ ବାରିପଦା ମେଡିକାଲ କଲେଜରେ ନାମଲେଖା ପାଇଁ ମିଳିଛି ଅନୁମତି । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ୧୦୦ଟି ଏମବିବିଏସ ସିଟରେ ଚଳିତବର୍ଷର୍ରୁ ନାମଲେଖା ପାଇଁ ସର୍ତମୂଳକ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ ତଦାରଖ କମିଟି । ରାଜ୍ୟ ସରକାରଙ୍କ ଅଭିଯୋଗ ପରେ ସୁପ୍ରିମକୋର୍ଟ ମ୍ୟାନଡେଟେଡ ଓଭରସାଇଟ୍ କମିଟି ଅନୁମତି ଦେଇଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ଅଂଚଳବାସୀ ।

ତେବେ ବାରିପଦା ମେଡିକାଲ କଲେଜକୁ ଲେଟର ଅଫ ପରମିଶନ- ଏଲଓପି ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିଲେ ରାଜ୍ୟ ସରକାର ଓ ଏମସିଆଇ । କେନ୍ଦ୍ର ପ୍ରବର୍ତ୍ତିିତ ଯୋଜନାରେ ବାରିପଦା ଓ କୋରାପୁଟରେ ଦୁଇଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଥିଲା । ମେଡିକାଲ କାଉନସିଲ ଅଫ ଇଣ୍ଡିଆର ପ୍ରତିନିଧି ଦଳ ଦ୍ୱିତୀୟଥର କୋରାପୁଟ ପରିଦର୍ଷନ କରି ଏଠାରେ ମେଡିକାଲ କଲେଜରେ ନାମଲେଖା ପାଇଁ ଅନୁମତି ଦେଇଥିବାବେଳେ ଦ୍ୱିତୀୟଥର ପାଇଁ ବାରିପଦା ମେଡିକାଲ କଲେଜ ପରିଦର୍ଷର୍ନ କରିନଥିଲେ । ଏମସିଆଇର ଏଭଳି ଟାଳଟୁଳ ନୀତିକୁ ତୀବ୍ର ବିରୋଧ କରି ସୁପ୍ରିମକୋର୍ଟ ତଦାରଖ କମିଟିର ଦୃଷ୍ଟି ଆକର୍ଷଣ କରିଥିଲେ ଓଡିଶା ସରକାର ।

ଏଭଳି ଅଚଳାବସ୍ଥା ଲାଗିରହିବା ପରେ ମେ ୧୧ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନାଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପି.କେ ମେହେର୍ଦ୍ଦାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ବାରିପଦା ଗସ୍ତ କରି ତୁରନ୍ତ ରିପୋର୍ଟର୍ ଦେବାକୁ ଏମସିଆଇକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ସ୍ୱଂୟଶାସିତ ସଂସ୍ଥା ଏମସିଆଇ ଏକ ଦୁର୍ନୀତିର ପେଂଠସ୍ଥଳି ବୋଲି ବାରମ୍ବାର ଅଭିଯୋଗ ହୋଇଥିବାବେଳେ ଓଡିଶାର ସ୍ୱାର୍ଥକୁ ଅଣଦେଖା କରିଆସୁଥିଲା ଏମସିଆଇ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –