ସୋମବାର ଆକାଶରେ ଦେଖାଦେବ ସୁପରମୁନ : ୬୯ ବର୍ଷ ପରେ ଦୃଶ୍ୟମାନ ହେବ ବୃହତମ ଓ ଉଜ୍ଜ୍ୱଳତମ ଚନ୍ଦ୍ର

49

କନକ ବ୍ୟୁରୋ : ଆସନ୍ତାକାଲି ସନ୍ଧ୍ୟାରେ ଆକାଶରେ ଦେଖାଦେବ ଉଜ୍ଜ୍ୱଳତମ ଓ  ବୃହତମ ଚନ୍ଦ୍ର । ଦୀର୍ଘ ୬୯ ବର୍ଷ ପରେ ଏଭଳି ଚନ୍ଦ୍ର ଦେଖାଯିବ ବୋଲି ନାସାର ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ବୈଜ୍ଞାନିକମାନେ ଏହାକୁ ସୁପରମୁନ୍ ଭାବରେ ନାମକରଣ କରଛନ୍ତି ।

୧୯୪୮ ମସିହା ପରେ ପ୍ରଥମ ଥର ପୂର୍ଣ୍ଣ ଚନ୍ଦ୍ର ପୃଥିବୀର ନିକଟତର ହେବ । ଏବଂ ୨୦୩୪ ମସିହା ପର୍ଯ୍ୟନ୍ତ ଏତେ ବଡ ଓ ଉଜ୍ୱଳ ଚନ୍ଦ୍ର ଦେଖାଯିବନି ବୋଲି ବୈଜ୍ଞାନିକମାନେ କହଛନ୍ତି । ଏହି ଦିନ ଚନ୍ଦ୍ର ପୃଥିବୀବାସୀଙ୍କୁ ୩୦ଗୁଣ ଅଧିକ ଆଲୋକ ପ୍ରଦାନ କରିବ । ଏହି ଚନ୍ଦ୍ର ଦେଖିବାରେ ଲୋକମାନଙ୍କୁ କୋ÷ଣସି ଅସୁବିଧା ନାହିଁ । କାରଣ ସଂଧ୍ୟାରେ ଦେଖାଦେବ ଉଜ୍ଜ୍ୱଳତମ ଚନ୍ଦ୍ର ।