ଆସନ୍ତା ୨୧ରେ ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ । ୟୁରୋପୀୟ ଦେଶ ଦେଖିବ ୨୦୧୯ର ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣର ମନୋଲୋଭା ଦୃଶ୍ୟ ।

519

କନକ ବ୍ୟୁରୋ: ଗତ ୬ ତାରିଖ ଦିନ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ହୋଇଥିଲା ଆଉ ଆସନ୍ତା ୨୧ ତାରିଖରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣକୁ ବିଶେଷ ଗୁରୁତ୍ବ ଦିଆଯାଉଛି । କାରଣ ହେବାକୁଥିବା ସମ୍ପୂର୍ଣ୍ଣ ଚନ୍ଦ୍ର ଗ୍ରହଣକୁ ବୈଜ୍ଞାନିକ ଭାଷାରେ ସୁପର ବ୍ଲଡ ମୁନ୍ କୁହାଯାଉଛି । ସୂଚନା ଅନୁସାରେ ଏଥରର ପୂର୍ଣ୍ଣମୀ ଚନ୍ଦ୍ର ପୂର୍ବ ଚନ୍ଦ୍ର ଗ୍ରହଣ ଠାରୁ ୧୪ ପ୍ରତିଶତ ବଡ ଏବଂ ୩୦ ପ୍ରତିଶତ ଅଧିକ ଉଜ୍ବଳ ଦେଖାଯିବ।

ଭାରତୀୟ ସମୟ ଅନୁସାରେ ୨୧ ତାରିଖ ସକାଳ ୧୦.୧୧ମିନିଟରୁ ଗ୍ରହଣ ଆରମ୍ଭ ହୋଇ ୧ ଘଣ୍ଟା ଧରି ଗ୍ରହଣ ରହିବା ପରେ ପୂର୍ଣ୍ଣଗ୍ରାସ ହେବ । ଦିନ ୧୧.୧୨ ମିନିଟରେ ଗ୍ରହଣ ଛାଡିବ । ଏହାସହ ଏହି ପୂର୍ଣ୍ଣମୀ ଚନ୍ଦ୍ର ଅଧିକ ଗାଢ ଲାଲ ଦେଖାଯିବ ।  ଏଥରର ପୂର୍ଣ୍ଣଚନ୍ଦ୍ରଙ୍କୁ ରକ୍ତଚନ୍ଦ୍ର ଆଖ୍ୟା ଦିଆଯାଇଛି । ବୈଜ୍ଞାନିକଙ୍କ ଅନୁସାରେ ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳ ରେଖାରେ ଅବସ୍ଥାନ କରନ୍ତି ସେତେବେଳେ ପୃଥିବୀର ଛାଇ ଚନ୍ଦ୍ରଙ୍କ ଉପରେ ପଡେ ଓ ଚନ୍ଦ୍ର ଗ୍ରହଣ ହୁଏ ।

ଜ୍ୟୋର୍ତିବିତ୍ ଙ୍କ କହିଗ୍ରହଣ ନିୟମ ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯାଏ । ତେଣୁ ୨୦ ତାରିଖ ରାତି ୯ଟାରୁ ଗ୍ରହଣ ନିୟମ ଲାଗୁ ହୋଇଯିବ । ତେବେ ଚଳିତ ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହଁଣ । ଆଫ୍ରିକା, ୟୁରୋପୀୟ ଦେଶ, ଉତ୍ତର ଦକ୍ଷିଣ ଆମେରିକା ଏବଂ ମଧ୍ୟ ପ୍ରଶାନ୍ତ ମହାସାଗରୀୟ ଦ୍ବୀପରେ ଦୃଶ୍ୟମାନ ହେବ । ଚଳିତ ବର୍ଷ ଆରମ୍ଭରେ ପଡିଥିବା ସୂର୍ଯ୍ୟଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟ ହୋଇନଥିଲା ।