ସୁନିଲର ସେକ୍ସ ସାମ୍ରାଜ୍ୟ : କାହାର ଦାମ୍ କେତେ

68

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ସୁନିଲର ସେକ୍ସ ସାମ୍ରାଜ୍ୟରେ ଧସେଇ ପଶିବାର ଉଦ୍ୟମ କରିବା ବେଳେ ଅନେକ ଚାଂଚଲ୍ୟକର ତଥ୍ୟ ପାଇଛି କମିଶନରେଟ ପୋଲିସ । ରିମାଣ୍ଡ ଶେଷ ଦିନରେ ପୋଲିସ ଯେଉଁ ତଥ୍ୟ ପାଇଛି, ତାହା ଅତ୍ୟନ୍ତ ସମ୍ବେଦନଶୀଳ । କୁହାଯାଉଛି, ସୁନିଲ ବ୍ରାଣ୍ଡକୁ ଆସିବାକୁ ହେଲେ କଲଗର୍ଲମାନଙ୍କୁ ନିଜ କୁମାରୀତ୍ୱର ପରୀକ୍ଷା ଦେବାକୁ ପଡୁଥିଲା । ଜଣେ ଯୁବତୀ ନିଜ ଦେହକୁ ନିଲାମ କରିବା ପୂର୍ବରୁ ବିଭିନ୍ନ ପରୀକ୍ଷା କରି ସୁନିଲ ଦର ନିର୍ଣ୍ଣୟ କରୁଥିଲା । ସୁନିଲର ଏହି ହୀନ ମାନସିକ କାର୍ଯ୍ୟକଳାପ ପଛରେ ଥିଲା ହାଇପ୍ରୋଫାଇଲ ଦେହ ଗ୍ରାହକଙ୍କ ଡିମାଣ୍ଡ । ପୋଲିସର ତଥ୍ୟ ଅନୁସାରେ ବହୁ ବଡବଡିଆ ସୁନିଲର ନିୟମିତ ଗ୍ରାହକ ଥିଲେ । ସେମାନଙ୍କ ଡିମାଣ୍ଡ ଥିଲା କୁମାରୀତ୍ୱ ହରାଇନଥିବା ଯୁବତୀ । ତେଣୁ ସୁନିଲ ମୋଟାଅଙ୍କର ଅର୍ଥ ବଦଳରେ କୁମାରୀତ୍ୱ ଯୋଗାଇବାକୁ ଚେଷ୍ଟା କରୁଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଯୁବତୀମାନଙ୍କ କୁମାରୀତ୍ୱ ପରୀକ୍ଷା କରିବାକୁ କୁଆଡେ ଡାକ୍ତର ମଧ୍ୟ ନିୟୋଜିତ ହୋଇଥିଲେ ।