ପେଟ୍ରୋଲ କି ଡିଜେଲ୍ ନୁହେଁ, ପାଣିରେ ଚାଲୁଛି ଗାଡି । ସୁନ୍ଦର ରମୈୟାଙ୍କ ସୁନ୍ଦର ଆବିଷ୍କାର, ଉଦ୍ଭାବନ କଲେ ଜଳ ଇନ୍ଧନ ପ୍ରକ୍ରିୟା ।

720

କନକ ବ୍ୟୁରୋ : ପେଟ୍ରୋଲ କି ଡିଜେଲ୍ ନୁହେଁ ପାଣିରେ ଚାଲୁଛି କାର୍ । ହୁଏତ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ବାସ୍ତବରେ ଏହା ସମ୍ଭବ ହୋଇପାରିଛି । ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ୍ ଦର ଗାଡି ଚାଳକଙ୍କ ମୁଣ୍ଡ ବ୍ୟଥା ବଢାଉଥିବା ବେଳେ, ଗାଡି ସଂଖ୍ୟା ବୃଦ୍ଧି ଯୋଗୁଁ ପରିବେଶରେ ପ୍ରଦୂଷଣ ମଧ୍ୟ ବଢି ବଢି ଚାଲିଛି । କିନ୍ତୁ ଏଣିକି ନା ଆଉ ଥିବ ତେଲ ଦର ଚିନ୍ତା, ନା ଥିବ ପ୍ରଦୂଷଣର ଭୟ ।

ହାଇଦ୍ରାବାଦର ସୁନ୍ଦର ରମୈୟା ନାମକ ଜଣେ ବ୍ୟକ୍ତି ଏଭଳି କିଛି ଆବିଷ୍କାର କରିଛନ୍ତି, ଯାହାକି ଦେଶର ଅନେକ ସମସ୍ୟାର ସମାଧାନ କରିପାରିବ । ବିଶେଷ କରି ଲୋକମାନେ ବଢୁଥିବା ତେଲ ଦରରୁ ମୁକ୍ତି ପାଇପାରିବେ । ସୁନ୍ଦର ଜଳ ଇନ୍ଧନ ପ୍ରକ୍ରିୟା ଆବିଷ୍କାର କରିଛନ୍ତି । ଏହି ପ୍ରକ୍ରିୟାରେ ଗାଡି ଗୁଡିକ ପାଣିରେ ଚାଲିପାରିବ । ଗାଡି ଚଲାଇବା ପାଇଁ ଇନ୍ଧନ ଭାବେ କେବଳ ପାଣିର ଆବଶ୍ୟକତା ପଡିବ ।

ସୁନ୍ଦର ରମୈୟାଙ୍କ କହିବା ଅନୁଯାୟୀ, ସବୁଠାରୁ ବଡ କଥା ହେଉଛି, ୧ ଲିଟର ପାଣି ୩୦ ଲିଟର ଇନ୍ଧନର କାର୍ଯ୍ୟ କରିବ । ଅନ୍ୟପଟେ ଗାଡି ଗୁଡିକରୁ ହେଉଥିବା ବାୟୁ ପ୍ରଦୂଷଣ ମଧ୍ୟ ସମ୍ପୂର୍ଣ୍ଣ କମ୍ ହୋଇଯିବ ।