ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସୁନାବେଶ । ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଗବାନ

558

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ହେଉଛି ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେଉଛନ୍ତି ଶ୍ରୀଜିଉ । ସୁନାବେଶରେ ସଜେଇ ହୋଇ ରଥ ଉପରେ ଥାଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଗବାନ ।


୨ ଶହ କେଜି ସୁନାରେ ସଜେଇ ହୋଇଥିବା ଭଗବାନଙ୍କୁ ଦେଖିବାକୁ ଶ୍ରୀମନ୍ଦିର ଆଗରେ ଲାଗିଛି ଭକ୍ତଙ୍କ ଭିଡ । କୁହାଯାଏ ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁକ୍ତି ମିଳେ ବୋଲି । ବର୍ଷକୁ ଶ୍ରୀଜିଉଙ୍କ ୪ ଥର ସୁନା ବେଶ ହେଉଥିବା ବେଳେ । ମନ୍ଦିର ଭିତରେ ୩ ଥର ଏବ ମନ୍ଦିର ବାହାରେ ଥରୁଟିଏ ହୋଇଥାଏ । ବାହୁଡା ଯାତ୍ରାରେ ହେଉଥିବା ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟମିଳେ ବୋଲି ବିଶ୍ୱାସ ଅଛି । ସେଇଥିପାଇଁ ଦର୍ଶନ କରିବାକୁ ବଡଦାଣ୍ଡରେ କୋଟି କୋଟି ଭକ୍ତଙ୍କ ସମାଗମ ।

ସଞ୍ଜ ଯେତିକି ବଢୁଛି ଭକ୍ତଙ୍କ ଭିଡ ସେତିକି ବଢୁଛି ଆଉ ଶ୍ରୀଜିଉ ସୁନାରେ ଛାଇ ହୋଇ ସେତିକି ସୁନ୍ଦର ଦିଶୁଛନ୍ତି । ନାନାଦି ଅଳଙ୍କାରରେ ଭୂଷିତ ହୋଇ ଶ୍ରୀଜୀଉମାନେ ଝଟକୁଛନ୍ତି ରଥ ଉପରେ । ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାରରେ ଦାରୁ ବିଗ୍ରହମାନଙ୍କୁ ସୁସଜ୍ଜିତ କରାଯାଉଛି । ବଡ ଦାଣ୍ଡରେ ମହାପ୍ରଭୁଙ୍କ ଏହି ଅପୂର୍ବ ରୂପ ଶୋଭାର ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଗହଳି ।

ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଫାଟି ପଡୁଛି ବଡ଼ଦାଣ୍ଡ । ମହଣ ମହଣ ସୁନାରେ ଶ୍ରୀଜୀଉଙ୍କୁ ଆଭୁଷିକ କରାଯାଇଛି । ସିଂହାରୀ, ପାଳିଆ, ଖୁଂଟିଆ, ଭଣ୍ଡାର ମେକାପ, ଚାଙ୍ଗଡା ମେକାପ ସେବକମାନେ ପ୍ରଭୁଙ୍କୁ ସୁନାବେଶ କରାଇଛନ୍ତି । ମହାପ୍ରଭୁଙ୍କ ରଥଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଶ୍ରୀଜୀଉଙ୍କ ସୁନାବେଶ । ଆଷାଢ ଶୁକ୍ଳ ଏକାଦଶୀ ତିଥିରେ ରଥ ଉପରେ ଦାରୁ ବିଗ୍ରହଙ୍କୁ ସୁନାବେଶରେ ସଜ୍ଜିତ କରାଯାଏ । ମହାପ୍ରଭୁଙ୍କ ଏହି ସୁନାବେଶକୁ ରାଜଧିରାଜ ବେଶ ବୋଲି ମଧ୍ୟ କୁହାଯାଏ ।