ସୁକମାରେ ମାଓ ହମଲା ପରେ କମ୍ବିଂ ଜୋରଦାର ! ଆଜି କେନ୍ଦ୍ର ଗୃହମନ୍ତ୍ରୀ ଓ ସିଆରପିଏଫ ଡିଜିଙ୍କ ଘଟଣାସ୍ଥଳ ପରିଦର୍ଶନ

35

କନକ ବ୍ୟୁରୋ : ସୁକମାରେ ମାଓ ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି । ମାଓବାଦୀଙ୍କୁ ନିନ୍ଦା କରି ଏଭଳି ସମାଲୋଚନା କରି ଏହା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଟୁଇଟ୍ କରି ଘଟଣାକୁ କାପୁରୁଷତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯବାନଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୋଦି ।

ସେହିପରି ଏହି ଘଟଣାରେ ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଘଟଣାର ଅନୁଧ୍ୟାନ ପାଇଁ ଆଜି ସୁକମାରେ ପହଂଚିବେ କେନ୍ଦ୍ର ଗୃହମନ୍ତ୍ରୀ । ତେବେ ରାଜନାଥଙ୍କ ସୁକମା ଗସ୍ତ ନେଇ ଗତକାଲି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁକମା ମାଓ ହମଲା ପରେ ଏବେ ବି କିଛି ପ୍ଲାଟୁନ୍ ଯବାନ ନିଖୋଜ ଥିବା ସୂଚନା ରହିଛି ।

ଅନ୍ୟପଟେ, ଏହାର ଅନୁଧ୍ୟାନ ପାଇଁ ଆଜି ସିଆରପିଏଫ୍ ଡିଜି ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ କେଉଁଠି ଏବଂ କିଭଳି ପରିସ୍ଥିତିରେ ଏଭଳି ଘଟିଲା ଓ ଏହାର ଜବାବ ଦିଆଯିବାକୁ ନେଇ ସେ ଦିଗରେ ଅନୁଧ୍ୟାନ କରିବେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-