୧୯୯୯ ମହାବାତ୍ୟାକୁ ବିତିଛି ୧୭ ବର୍ଷ : ଝୁରାବାଲିର କାରିଗର ସୁଦର୍ଶନ ଜଣାଇଲେ ଶ୍ରଦ୍ଧାଂଜଳି

35

ପାରାଦୀପ : ୧୯୯୯ ମହାବାତ୍ୟାକୁ ବିତିଛି ୧୭ ବର୍ଷ । ଆଜିର ଦିନରେ ରାଜ୍ୟରେ ବିଭିଷିକା ରଚିଥିଲା ମହାବାତ୍ୟା । । ରାଜ୍ୟର ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ପାରାଦୀପ ଭଳି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ସାଙ୍ଗକୁ ଅନେକଙ୍କ ଜୀବନ ନେଇଥିଲା ଏହି ପ୍ରଳୟଙ୍କାରୀ ମହାବାତ୍ୟା । ସେହି ମହାପ୍ରଳୟକୁ ୧୭ ବର୍ଷ ବିତିଛି ହେଲେ ଏବେ ବି ସେହି ସମୟର ଦୃଶ୍ୟ ଲୋକଙ୍କ ମନରେ ଏବେବି ତାଜା ହୋଇ ରହିଛି । ଘଂଟାକୁ ୨୬୦ କିଲୋମିଟର ବେଗରେ ପବନ ବହି ଚାରି ଆଡ଼େ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ଉପକୂଳ ଓଡ଼ିଶା । ତେବେ ମହାବାତ୍ୟାରେ ପ୍ରାଣହରାଇ ଥିବା ଲୋକଙ୍କ ଉଦ୍ଦେଶ୍ୟରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା । ମୃତକଙ୍କୁ ଶ୍ରଦ୍ଧାଂଜଳି ଜଣାଇ ସେ ପାରାଦୀପ ବେଳାଭୂମିରେ କରିଛନ୍ତି ଏକ ବାଲୁକା କଳା, ଏବଂ ସେ ଏହି କଳା ମାଧ୍ୟମରେ ମହାବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।