ମସ୍କୋ ବାଲୁକା କଳା ପ୍ରତିଯୋଗିତାରେ ସୁଦର୍ଶନଙ୍କୁ ସ୍ୱର୍ଣ୍ଣ

48

ମସ୍କୋ ବାଲୁକା କଳା ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡିଶାର ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ସେ ମହାତ୍ମା ଗାନ୍ଧୀଙ୍କ ୧୫ ଫୁଟ ଉଚ୍ଚର ବାଲୁକା କଳା ପ୍ରସ୍ତୁତ କରି ଅହିଂସା ଓ ଶାନ୍ତିିର ବାର୍ତା ବିଶ୍ୱ ସମୁଦାୟଙ୍କୁ ଦେଇଛନ୍ତି । ଏପ୍ରିଲ ୨୧ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ  ପ୍ରତିଯୋଗିତାରେ ବିଭନ୍ନ ଦେଶର ୨୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଖୁସି ଅନୁଭବ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।