ରାମ ମନ୍ଦିର ନିର୍ମାଣକୁ ବିରୋଧ କଲେ ସରକାର ଭାଙ୍ଗିଦେବି । ଚେତାବନୀ ଦେଲେ ସୁବ୍ରମଣ୍ୟମ ସ୍ୱାମୀ

198

ରାମ ମନ୍ଦିର ନିର୍ମାଣ ନେଇ ତେଜିଛି ରାଜନୀତି । ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ରାମ ମନ୍ଦିର ନିର୍ମାଣ ନେଇ ମୋଦି ଓ ଯୋଗୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଯଦି ରାମ ମନ୍ଦିର ନିର୍ମାଣ ନେଇ ସରକାର ବିରୋଧ କରନ୍ତି ତେବେ ଏହି ସରକାରକୁ ଭାଙ୍ଗିଦେବେ ବୋଲି କହିଛନ୍ତି ସୁବ୍ରମଣ୍ୟମ । ଆଉ ସୁବ୍ରମଣ୍ୟମଙ୍କ ଏଭଳି ବୟାନ ଏବେ ରାଜନୈତିକ ଉଷ୍ମତା ବଢାଇଛି ।

ଜେଏନୟୁରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ସୁବ୍ରମଣ୍ୟମ କହିଛନ୍ତି, ଆଗାମୀ ଜାନୁଆରୀରେ ରାମ ମନ୍ଦିର ନିର୍ମାଣ ନେଇ ଶୁଣାଣି ହେବ । ଆଉ ଏହାକୁ ଆମେ ଦୁଇ ସପ୍ତାହରେ ହିଁ ଜିତିଯିବୁ । କାରଣ କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ଯୋଗୀ ସରକାର ଥିବାରୁ ରାମ ମନ୍ଦିର ନିର୍ମାଣ ନେଇ ବିଶେଷ ଅସୁବିଧା ହେବ ନାହିଁ । କିନ୍ତୁ ଯଦି ସେମାନେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରନ୍ତି ତେବେ ମୁଁ ତାଙ୍କ ସରକାର ଭାଙ୍ଗିଦେବି । କିନ୍ତୁ ସରକାର ଏଭଳି କରିବେନି ବୋଲି ତାଙ୍କର ଆଶା ।

ଏହାପୂର୍ବରୁ ରାମ ମନ୍ଦିର ନିର୍ମାଣ ନେଇ ବିଏଚପି ପକ୍ଷରୁ ହିନ୍ଦୁ ମହାସଭାର ଆୟୋଜନ କରାଯାଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟାରେ ସାଧୁ ସନ୍ଥ ଯୋଗ ଦେଇଥିଲେ । ସେତେବେଳେ ବିଏଚପି ସଚିବ ଚମ୍ପତ ରାୟ କହିଥିଲେ, ରାମ ମନ୍ଦିର ନିର୍ମାଣ ପାଇଁ ଆମକୁ ପୂରା ଜମି ଦରକାର । ଏହି ଜମିକୁ ଭାଗ କରିବା ଫର୍ମୁଲା ମଞ୍ଜୁର ନୁହେଁ ବୋଲି ରୋକଠୋକ ଶୁଣାଇଥିଲେ । ଏପରିକି ବିଏଚପି ଏହି ଜମିରେ ନମାଜ ପାଠ କରିବାକୁ ଦେବ ନାହିଁ ବୋଲି ସେ କହିଥିଲେ ।

ମତାମତ

Your email address will not be published.