ଗୁରୁ ଶୀଷ୍ୟଙ୍କ ହୃଦସ୍ପର୍ଶୀ ସଂପର୍କର ଭିଡିଓ ହେଲା ଭାଇରାଲ୍ ! ଅଧ୍ୟାପକଙ୍କ ସ୍ଥାନାନ୍ତରଣ ଖବର ଶୁଣି ଭୋ’ଭୋ’ ହୋଇ କାନ୍ଦିଲେ ଛାତ୍ରଛାତ୍ରୀ ।

539

ଅନ୍ଧକାରରୁ ଯିଏ ହାତଧରି ଆଲୋକ ପଥକୁ ନେଇଯାଏ ସେ ଗୁରୁ । ଭୁଲ୍ କଲେ ଯଷ୍ଠି ଧରି ଯେ ଆକଟ କରେ ସେ ଗୁରୁ । ସ୍ୱୟଂ ଠାରୁ ନିଜ ଛାତ୍ରର ପ୍ରଗତିରେ ଯେ ଖୁସି ହୁଏ ସେ ଗୁରୁ । କେଇ ପଦ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ ଯାହାଙ୍କୁ ସେ ହେଉଛନ୍ତି ଗୁରୁ । ପୁରାଣରେ ଗୁରୁଙ୍କୁ ନେଇ ଆପଣ କେତେ ଲେଖ ପଢିଥିବେ ଏବଂ ଶୁଣିଥିବେ । ଆଜିର ସମୟରେ ଆମେ ଆପଣଙ୍କୁ ଏଭଳି ଜଣେ ଗୁରୁଙ୍କ କଥା କହିବାକୁ ଯାଉଛୁ ଯାହାଙ୍କ ସ୍ଥାନାନ୍ତରଣରେ ସମ୍ପୁର୍ଣ୍ଣ ସ୍କୁଲ୍ ଆଖିରୁ ଲୁହ ବାହାରି ଆସିଥିଲା ।

ମଧ୍ୟପ୍ରଦେଶର କଟନୀ ଜିଲ୍ଲାର ଢିମରଖେଡା ଗାଁର ତିଲମନ୍ ପ୍ରାଇମେରୀ ସ୍କୁଲ୍ ର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସ୍କୁଲର ଶିକ୍ଷକ ମଙ୍ଗଳଦୀନ୍ ପଟେଲ୍ ଏବଂ ତାଙ୍କ ଆଖପାଖରେ ଥିବା ଛାତ୍ରଛାତ୍ରୀ ଭୋ’ଭୋ’ ହୋଇ କାନ୍ଦୁଥିବା ନଜର ଆସୁଛନ୍ତି । ଅସଲ କଥା ହେଉଛି ଶିକ୍ଷକ ମଙ୍ଗଳଦୀନ୍ ପଟେଲ୍ ଙ୍କ ଟ୍ରାନ୍ସଫର୍ କଟନୀ ନାମକ ଏକ ସ୍କୁଲରେ ହୋଇଥିଲା । ଯାହାର ଖବର ପାଇବା ପରେ ଛାତ୍ରଛାତ୍ରୀମାନେ ନିଜକୁ କାନ୍ଦିବାରୁ ରୋକିପାରିଲେ ନାହିଁ । ନିଜ ପ୍ରିୟ ଶିକ୍ଷକ ଅନ୍ୟତ୍ର ଯିବା କଥା ଶୁଣି କୁନି କୁନି ପିଲାମାନେ ଖୁବ୍ କାନ୍ଦିଥିଲେ ଏବଂ ପିଲାମାନଙ୍କୁ କାନ୍ଦୁଥିବା ଦେଖି ଶିକ୍ଷକ ମଧ୍ୟ ତାଙ୍କ ସହ କାନ୍ଦି ପକାଇଥିଲେ । ଭିଡିଓରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଏଭଳି ଦୃଶ୍ୟ ଖୁବ୍ ହୃଦୟସ୍ପର୍ଶୀ ହୋଇଛି ।

Comments are closed.