ମାଲକାନଗିରି ସଦର ବ୍ଲକ ମାଟାପାକା ଅପ୍ ଗ୍ରେଡେଡ ହାଇ ସ୍କୁଲରେ ଅଘଟଣ ! ମଧ୍ୟାହ୍ନ ଭୋଜନ ଖାଇ ୪୦ ଛାତ୍ରଛାତ୍ରୀ ଗୁରୁତର

36

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନ ଖାଇ ଗୁରୁତର ଛାତ୍ରଛାତ୍ରୀ । ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡିଥିବା ୪୦ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ମାଲକାନଗିରି ସଦର ବ୍ଲକ ମାଟାପାକା ଅପ୍ ଗ୍ରେଡେଡ ହାଇ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ଅନୁଭବ କରିଥିଲେ । ୪୦ ପିଲାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଛି । ତେବେ ବର୍ତ୍ତମାନ
ଛାତ୍ରଛାତ୍ରୀଙ୍କ ସ୍ଥାସ୍ଥ୍ୟବସ୍ଥାରେ ଭଲ ରହିଛି ।

ବର୍ତ୍ତମାନ ମାଲାକନଗିରି ଜାକ୍ତରଖାନା ରେ ୪୦ ରୁ ଅଧିକ ପିଲା ଚିକିତ୍ସାଧିନ ଥିବା ବେଳେ ସେମାନଙ୍କ ଅବସ୍ଥା ବର୍ତମାନ ଭଲ ଥିବା ଜଣା ପଡିଛି । ମଧ୍ୟାହ୍ନ ଭୋଜନରେ ଦିଆଯାଇଥିବା ଅଣ୍ଡା ଖାଇବାରୁ ପିଲାମାନେ ଝାଡା ବାନ୍ତିର ଶିକାର ହୋଇ କହିଛନ୍ତି ଆକ୍ରାନ୍ତ ଛାତ୍ର । ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି, ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲା ମଙ୍ଗଳ ଅଧିକାରୀ ଓ ବିଧାୟକ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-