କନକ ବ୍ୟୁରୋ : କ୍ରିକେଟ୍ ବ୍ୟାଟ୍ କିଣି ନଦେବାରୁ ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖଇବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ବଜାରରେ । ମୁନିଲାଲ୍ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ରଶ୍ମିରଞ୍ଜନ ବେଜ ଏକ କ୍ରିକେଟ୍ ବ୍ୟାଟ୍ ପାଇଁ ଘରେ ଜିଦି କରିଥିଲେ । ତେବେ ତାଙ୍କ ବାପା ବ୍ୟାଟ୍ ଆଣିଦେବା ପାଇଁ ଆଶ୍ୱାସନା ଦେଇଥିଲେ ମଧ୍ୟ ବାପାଙ୍କ କଥାରେ ବିଶ୍ୱାସ କରିନଥିଲା ରଶ୍ମି ।
ଗତକାଲି ଟିଉସନରୁ ଫେରି ରଶ୍ମୀ କୀଟନାଶକ ଖାଇଦେଇଥିଲେ । ପରେ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ଜାଣିପାରି ତାଙ୍କୁ ସଙ୍ଗେସଙ୍ଗେ ବୈଶିଙ୍ଗା ଡାକ୍ତରଖାନା କୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-18-14h29m53s638.png)