ବିଭିନ୍ନ ଦେଶରେ ବିବାହକୁ ନେଇ ଭିନ୍ନ ଭିନ୍ନ ପ୍ରଥା ରହଛି। କିଛି ଦେଶରେ ବିବାହର ଏପରି ଏକ ପରମ୍ପରା ରହିଛି ଯାହା ଶୁଣି ସାଧାରଣତଃ ବିଶ୍ୱାସ କରିହୁଏନା । ସେହିପରି ଏକ ଅଦ୍ଭୁତ ପ୍ରଥା ଇଣ୍ଡୋନେସିଆରେ ଦେଖିବାକୁ ମିଳିଥାଏ । ଏଠାରେ ଟାଇଡ଼ୋଙ୍ଗ ନାମକ ଏକ ଜନଜାତିରେ ବିବାହ ପରେ ବର-କନ୍ୟାଙ୍କୁ ତିନି ଦିନ ପର୍ୟ୍ୟନ୍ତ ଶୌଚାଳୟ ଯିବା ସଂପୁର୍ଣ୍ଣ ଭାବେ ନିଷେଧ କରାଯାଇଥାଏ । ଏହା ଦ୍ୱାରା ବର-କନ୍ୟାଙ୍କ ଅପବିତ୍ର ହୋଇ ଯାଇଥାନ୍ତି ବୋଲି ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା କ’ଣ ରହିଛି ସଂପୂର୍ଣ୍ଣ ପରମ୍ପରା ।
ଇଣ୍ଡୋନେସିଆରେ ଟାଇାଡ଼ୋଙ୍ଗ ଜନଜାତିରେ ବିବାହକୁ ପବିତ୍ର ବନ୍ଧନ କୁହାଯାଇଥାଏ । ଏପରିକି ଏଠାରେ ବିବାହ ସମୟରେ ବର-କନ୍ୟାଙ୍କୁ ଦେବତା ତୁଲ୍ୟ ରଖାଯାଇଥାଏ । ଏଣୁ ବିବାହ ସମୟରେ ବର-କନ୍ୟାଙ୍କ ପବିତ୍ରତା ବଜାୟ ରଖିବା ପାଇଁ ତାଙ୍କର ଶୌଚାଳୟ ଯିବା ସଂପୂର୍ଣ୍ଣ ନିଷେଧ କରାଯାଇଥାଏ । ଏପରିକି ଏହି ସମୟରେ ଶୌଚାଳୟ ଯିବା ଦ୍ୱାରା ସଂପର୍କରେ ଫାଟକ ସୃଷ୍ଟି ହୋଇଥାଏ ବୋଲି କୁହାଯାଇଥାଏ । ଶୌଚାଳୟ ଯିବା ଦ୍ୱାରା ବର-କନ୍ୟା ଅଶୁଦ୍ଧ ହେବା ସହ ତାଙ୍କର ସଂପର୍କ ଅଧିକ ଦିନ ପର୍ୟ୍ୟନ୍ତ ରହିନଥାଏ ବୋଲି ବିଶ୍ୱାସ ରହିଛି । ଏଣୁ ବିବାହ ସମୟରେ ଭୁଲରେ ବର-କନ୍ୟା କାଳେ ଶୌଚାଳୟ ପଳାଇବେ ଏଥି ନିମନ୍ତେ ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କୁ ଜଗିରହିଥାନ୍ତି।
ଏ କି ଅଜବ ପରମ୍ପରା ! ନବଦମ୍ପତୀଙ୍କୁ ତିନି ଦିନ ପର୍ଯ୍ୟନ୍ତ ଶୌଚାଳୟ ଯିବା ମନା । ୩ ଦିନ ପରେ ଶୌଚାଳୟକୁ ପ୍ରବେଶ କରନ୍ତି ଦମ୍ପତୀ ।
/kanak/media/post_attachments/wp-content/uploads/2018/04/81389615811_freesize.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)