ଦୀପାବଳୀ : ଯୁଗ ଯୁଗରୁ ଅନ୍ଧକାର ଉପରେ ପ୍ରକାଶର ପ୍ରଭାବ ପକାଇଛି ଦୀପାବଳୀ ।

4

ପର୍ବମାନଙ୍କ ମଧ୍ୟରେ ଦୀପାବଳୀ ହେଉଛି ସବୁଠାରୁ ବଡ ଏବଂ ପ୍ରମୁଖ ପର୍ବ । ବର୍ତ୍ତମାନ ନୁହେଁ ଯୁଗ ଯୁଗରୁ ଏହି ପର୍ବ ପାଳନ ହୋଇ ଆସୁଅଛି । ଯାହାର ପ୍ରମାଣ ଏହି ପୌରାଣିକ କଥାବସ୍ତୁରୁ ଶୁଣିବାକୁ ମିଳେ । ତେବେ ପଢନ୍ତୁ ଏଭଳି ଦୀପାବଳୀ ପର୍ବ ସହ ଜଡିତ ଥିବା କିଛି ପୌରାଣିକ କଥାବସ୍ତୁ ।

୧ . ସତ୍ୟଯୁଗର ଦୀପାବଳୀ : ସର୍ବପ୍ରଥମେ ଦୀପାବଳୀ ସତ୍ୟଯୁଗରେ ହିଁ ପାଳନ କରାଯାଇଥିଲା । ଯେତେବେଳେ ଦେବତା ଏବଂ ଦାନବ ମିଶି ସମୁଦ୍ର ମନ୍ଥନ କଲେ ସେତେବେଳେ ଏହି ମହାଅଭିଯାନରେ ଐରାବତ,ଚନ୍ଦ୍ରମା,ପାରିଜାତ,ବାରୁଣୀ,ରମ୍ଭା ଆଦି ୧୪ ରତ୍ନଙ୍କ ସହ ହଳାହଳ ବିଷ ମଧ୍ୟ ବାହାରିଲା । ଅମୃତ ଘଟକୁ ନେଇ ଧତ୍ତ୍ୱତରୀ ମଧ୍ୟ ପ୍ରକଟ ହେଲେ । ସ୍ୱାସ୍ଥ୍ୟର ଆଦିଦେବ ଧତ୍ତ୍ୱତରୀଙ୍କ ଅମୃତ ଘଟକୁ ଦେଖି ସମସ୍ତେ ତାଙ୍କର ଗୁଣଗାନ କରି ଜୟ ଜୟକାର କଲେ । ଏହିଠାରୁ ହିଁ ଧତ୍ତ୍ୱତରୀଙ୍କ ଜୟନ୍ତୀର ମହାପର୍ବ ମଧ୍ୟ ଆରମ୍ଭ ହେଲା । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ଅର୍ଥାତ୍ ଧନତେରସରେ ମାତା ଲକ୍ଷ୍ମୀ ଅବତରଣ ଏବଂ ଦେବତାଙ୍କ ଦ୍ୱାରା ମା’ଙ୍କୁ ସ୍ୱାଗତ କରିବା ସହ ପ୍ରଥମ ଦୀପାବଳୀ ମଧ୍ୟ ପାଳନ କରାଗଲା ।

୨ . ତ୍ରେତୟାଯୁଗର ଦୀପାବଳୀ : ତ୍ରେତୟାଯୁଗରେ ମହାବଳଶାଳୀ ରାକ୍ଷସେନ୍ଦ୍ର ରାବଣକୁ ପରାଜିତ କରି ୧୪ ବର୍ଷର ବନବାସକୁ ସମାପ୍ତ କରି ଅଯୋଧ୍ୟା ଫେରିଥିବା ଭଗବାନ ଶ୍ରୀରାମ,ଅନୁଜ ଏବଂ ମାତା ସୀତାଙ୍କ ସ୍ୱାଗତରେ ସମ୍ପୁର୍ଣ୍ଣ ନଗରୀ ଦୀପମାଳାରେ ସୁସଜ୍ଜିତ ହୋଇଥିଲା । ଅନ୍ଧକାର ଉପରେ ପ୍ରକାଶର ବିଜୟ ହୋଇଥିଲା ।

୩ . ଦ୍ୱାପରଯୁଗର ଦୀପାବଳୀ : ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଯୁଗ ଦ୍ୱାପରଯୁଗରେ କୃଷ୍ଣ ଇନ୍ଦ୍ର ପୁଜାକୁ ବିରୋଧ କରି ଗୋବର୍ଦ୍ଧନ ପୁଜାକୁ ମହତ୍ତ୍ୱ ଦେଇଥିଲେ । ଯାହା ପ୍ରାକୃତିକ ସଂପଦ ପ୍ରତି ସାମାଜିକ ଚେତନାର ଶଙ୍ଖନାଦ ହୋଇଥିଲା । ଏହି ପରମ୍ପରାରେ ଅନ୍ନକୁଟ ମଧ୍ୟ ଜଡିତ ହୋଇଗଲା । କୁଟର ଅର୍ଥ ପାହାଡ, ଅନ୍ନଳୁଟ ଅର୍ଥାତ୍ ଖାଦ୍ୟପଦାର୍ଥର ପାହାଡ । ଖାଦ୍ୟପଦାର୍ଥର ପ୍ରଚୁରତାକୁ ବୁଝାଇ ଶ୍ରୀକୃଷ୍ଣଙ୍କ ଏଭଳି ନିର୍ଣ୍ଣୟ ଗୋପବାସୀଙ୍କୁ ପ୍ରସନ୍ନ କରିଥିଲା ।

ଦ୍ୱିତୀୟ ଘଟଣା ହେଉଛି, ନରକାସୁର ବଦ୍ଧ ଏବଂ ନିଜ ପ୍ରିୟପତ୍ନୀ ସତ୍ୟଭାମାଭ୍କ ପାଇଁ ପାରିଜାତ ବୃକ୍ଷ ଆଣିବା ଘଟଣା ଦୀପ ଉତ୍ସବ ଗୋଟିଏ ଦିନ ପୂର୍ବରୁ ଘଟିଥିଲା । ଏହି ପର୍ବକୁ ନରକ ଚତୁର୍ଦ୍ଦଶୀ ମଧ୍ୟ କୁହାଯାଏ ।

୪ . କଳିଯୁଗର ଦୀପାବଳୀ : ବର୍ତ୍ତମାନ କଳିଯୁଗର ଦୀପାବଳୀ ସ୍ୱାମୀ ରାମତୀର୍ଥ ଏବଂ ସ୍ୱାମୀ ଦୟାନନ୍ଦଙ୍କ ନିର୍ବାଣଙ୍କ ସହ ଜଡିତ ହୋଇଛି ।

Comments are closed.