ଦିଲ୍ଲୀ ଯିବ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ : ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଗିରଫ ହବିବୁର ରେହେମାନକୁ ଜେରା କରିବ ଏସଟିଏଫ

27

କନକ ବ୍ୟୁରୋ: ଖୋଲିବ ହବିବୁର ରେହେମାନର ଆତଙ୍କବାଦୀ ଲିଙ୍କ । କେନ୍ଦ୍ରାପଡାର ହବିବୁର ରେହେମାନ ଆତଙ୍କବାଦୀ ଲିଙ୍କ୍ ନେଇ ଖୋଳତାଡ କରିବ ଏସଟିଏଫ । ଖୁବଶୀଘ୍ର ହବିବୁରକୁ ଜେରା କରିବା ପାଇଁ ଦିଲ୍ଲୀ ଯିବ କ୍ରାଇବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ । କ୍ରାଇମବ୍ରାଞ୍ଚ ଡିଆଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ଦିଲ୍ଲୀ ଯିବ କ୍ରାଇମବ୍ରାଞ୍ଚର ଏସଟିଏଫ । ଏନେଇ ସୂଚନା ଦେଇଛନ୍ତି ଏସଟିଏଫ ଏଡିଜି ସନ୍ତୋଷ ଉପାଧ୍ୟାୟ । ସେ କହିଛନ୍ତି ବର୍ତମାନ ସୁଦ୍ଧା ହବିବୁର ସଂପର୍କରେ କୌଣସି ସ୍ପେଶିଫିକ ତଥ୍ୟ ହସ୍ତଗତ ହୋଇନି । ଅଧିକ ଖୋଳତାଡ କରିବା ପାଇଁ ଏନଆଇଏର ଅନୁମତି ନେଇ ହବିବୁରକୁ ଜେରା କରିବ ଏସଟିଏଫ ବୋଲି କହିଛନ୍ତି ଏସଟିଏଫ ଏଡିଜି ।

ତେବେ ଏସଟିଏଫ ଡିଆଇଜି ହିମାଂଶୁ ଲାଲ ଏନଆଇଏ ସହଯୋଗରେ ଆତଙ୍କବାଦୀ ନଇମକୁ କେତେଥର ଓଡିଶା ହବିବୁର ବୋଲି ଏନେଇ ହବିବୁରକୁ ଜେରା କରିବ କ୍ରାଇବ୍ରାଞ୍ଚର ଏସଟିଏଫ । କେନ୍ଦ୍ରାପଡାର ହବିବୁରକୁ ଦିଲ୍ଲୀରୁ ଗିରଫ କରିଥିଲା ଏନଆଇଏ । ଆତଙ୍କବାଦୀ ସଂଗଠନ ସହ ଲିଙ୍କ ଅଭିଯୋଗରେ ଗିରଫ କରିଥିଲା ଏନଆଏ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏନଆଇଏ କୌଣସି ସହଯୋଗ ମାଗି ନଥିବା ସ୍ପେସାଲ ଟାସ୍କ ଫୋର୍ସର ଏଡିଜି କହିଛନ୍ତି । ଏସଟିଏଫ ଏଡିଜି ସନ୍ତୋଷ ଉପାଧ୍ୟାୟ କହିବା ମୁତାବକ ୧୯୮୭ରେ ହବିବୁର ରେହେମାନ ଓଡିଶା ଛାଡିଥିଲା ଏବଂ ୨୦୦୬ରେ ଶେଷଥର ପାଇଁ କେନ୍ଦ୍ରାପଡା ଆସିଥିଲା । ଏହା ସହ ହବିବୁରର ସହଯୋଗୀଙ୍କ ସମ୍ପର୍କରେ ଆମେ ତଦନ୍ତ କରିଥିଲୁ ଏବଂ ଆଗକୁ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଏସଟିଏଫ ଏଡିଜି ସନ୍ତୋଷ ଉପାଧ୍ୟାୟ ।

ସେପଟେ ଆତଙ୍କବାଦୀ ଲିଙ୍କରେ ଗିରଫ ହବିବୁର ରେହେମାନର ଏନଆଇଏ ଚାର୍ଜସିଟରେ କଟକ ଲିଙ୍କ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ । ସେ କହିଛନ୍ତି ଯେ, ଚାର୍ଜସିଟ୍ ବାବଦରେ ଆମେ ଅବଗତ ଅଛୁ । ଯଦି ହବିବୁର ରେହେମାନର କୌଣସି କଟକ ଲିଙ୍କ ରହିଥିବ ସେନେଇ ଛାନଭିନ କରାଯିବ । ଯଦି ଏନେଇ କେଉଁ ବ୍ୟକ୍ତି ବିଶେଷଙ୍କ କୌଣସି ସଂପୃକ୍ତି ଆମ ହସ୍ତଗତ ହେବ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କଟକ ଡିସିପି କହିଛନ୍ତି ।