ବାଙ୍ଗାଲୋରକୁ ବଡ ଝଟକା । ଆହତ କାରଣରୁ ଆଇପିଏଲରୁ ବାଦ ପଡିଲେ ଡେଲ୍ ଷ୍ଟେନ୍ ।

130

କନକ ବ୍ୟୁରୋ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକା । କାନ୍ଧରେ ଆଘାତ ଲାଗିଥିବା କାରଣରୁ ଚଳିତ ଆଇପିଏଲରୁ ବାଦ ପଡିଲେ ଦ୍ରୁତଗାମୀ ବୋଲର ଡେଲ୍ ଷ୍ଟେନ୍ । ତେବେ ଏଥର ଆଇପିଏଲରେ ଷ୍ଟେନ୍ ମାତ୍ର ୨ଟି ମ୍ୟାଚ୍ ଖେଳିଥିବା ବେଳେ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ତେବେ ସବୁଠାରୁ ବଡ କଥା ହେଉଛି, ଷ୍ଟେନ୍ ଦୁଇଟି ମ୍ୟାଚ ଖେଳିଥିବା ବେଳେ ଦୁଇଟି ଯାକ ମ୍ୟାଚରେ ବିଜୟ ହୋଇଥିଲା ବାଙ୍ଗାଲୋର ।

ଆଉ ଏଥି ପାଇଁ ଷ୍ଟେନଙ୍କ ଅନୁପସ୍ଥିତି ହୁଏତ ବାଙ୍ଗାଲୋର ଉପରେ ପ୍ରଭାବ ପକାଇପାରେ । କାରଣ ପ୍ରଥମରୁ ୬ଟି ମ୍ୟାଚରେ କ୍ରମାଗତ ପରାଜୟ ହାସଲ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ସେପଟେ ଷ୍ଟେନଙ୍କ ଆହତ ହେବା ଦକ୍ଷିଣ-ଆଫ୍ରିକାକୁ ମଧ୍ୟ ଚିନ୍ତାରେ ପକାଇଛି । କାରଣ ୨୦୧୯ ବିଶ୍ୱକପ ପାଇଁ ଷ୍ଟେନଙ୍କୁ ଦଳରେ ସାମିଲ କରିଛି ଦକ୍ଷିଣଆଫ୍ରିକା । ଆସନ୍ତା ମେ ମାସ ୨୯ ତାରିଖରେ ଇଂଲଣ୍ଡରେ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି ।