ଭୁଲ ମାନିଲେ , ପଶ୍ଚାତାପ କଲେ! ପ୍ରେସ କନଫରେନ୍ସରେ ଭେଁ ଭେଁ ହୋଇ କାନ୍ଦିଲେ ଅଷ୍ଟ୍ରେଲିଆ କ୍ୟାପଟେନ, କହିଲେ, ଜୀବନରେ କରିବିନି ଆଉ ଏମିତି ଭୁଲ

49

ବଲ ଟ୍ୟାମ୍ପରିଂ ମାମଲାରେ ଅଷ୍ଟ୍ରେଲିଆ କ୍ରିକେଟ ଦଳରୁ ଗୋଟିଏ ବର୍ଷ ପାଇଁ ବିଦା ହୋଇଥିବା ଅଧିନାୟକ ଷ୍ଟିଭ ସ୍ମିଥ ସାମ୍ବାଦିକ ସମ୍ମିଳନୀ କରି ନିଜ ଭୂଲ ପାଇଁ କ୍ଷମା ମାଗିଛନ୍ତି । ଏପରିିକି ସାମ୍ବାଦିକ ସମ୍ମିଳନୀରେ କାନ୍ଦିଛନ୍ତି ଷ୍ଟିଭ ସ୍ମିଥ । ଏହି ଭୁଲ ତାଙ୍କର ଜୀବନସାରା ମନେ ରହିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ଅଧିନାୟକ । ଏପରିକି ଏହି ଭୁଲ ପାଇଁ ତାଙ୍କୁ ଯେଉଁ ଦଣ୍ଡ ମିଳିବ ତାହାକୁ ସେ ଗ୍ରହଣ କରିବେ ବୋଲି କହିଛନ୍ତି ସ୍ମିଥ । ବଲ ଟ୍ୟାମ୍ପରିଂ ମାମଲାର ସମସ୍ତ ଦୋଷକୁ ସେ ନିଜ ମୁଣ୍ଡକୁ ନେଇଛନ୍ତି । ଏହା ତାଙ୍କ ନେତୃତ୍ୱର ବିଫଳତା ଏବଂ ଏଭଳି ଏକ ଭୁଲ ନିଷ୍ପତି ନେଇଥିବାରୁ ସେ ଲଜ୍ଜିତ ବୋଲି କହିଛନ୍ତି ସ୍ମିଥ ।

ପ୍ରେସ କନଫରେନ୍ସ ଚାଲୁଥିବା ବେଳେ ସ୍ମିଥ କାନ୍ଦି କାନ୍ଦି କହିଥିଲେ ଯେ, ଭଲ ଲୋକ ମଧ୍ୟ ଜୀବନରେ କେବେ ଭୁଲ କରିଥାନ୍ତି । ସେ ମଧ୍ୟ ବଲ ଟ୍ୟାମ୍ପରିଂ କରିବାକୁ କହି ବଡ ଭୁଲ କରିଛନ୍ତି । ଏଥିପାଇଁ ସେ ଲଜ୍ଜିତ । କିନ୍ତୁ ଆଗକୁ ଏହାର ପୁନରାବୃତ୍ତି ହେବନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି କଙ୍ଗାରୁ କ୍ୟାପଟେନ । ସେ କ୍ରିକେଟକୁ ବହୁତ ଭଲପାଆନ୍ତି କିନ୍ତୁ ଏଭିଳି ଘଟଣା ତାଙ୍କୁ ବ୍ୟଥିତ କରିଛି । ଏହି ଘଟଣା ଅଷ୍ଟ୍ରେଲିଆ କ୍ରିକେଟ ପ୍ରେମୀ ଅଧିକ କଷ୍ଟ ଦେଇଛି ସେଥିପାଇଁ ହୃଦୟରୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।

ବଲ ଟ୍ୟାମ୍ପରିଂ ମାମଲା ସାମ୍ନାକୁ ଆସିବା ପରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଅଧିନାୟକ ସ୍ମିଥ, ଡେଭିଡ ୱାର୍ଣ୍ଣରଙ୍କୁ ୧ ବର୍ଷ ଲେଖାଏଁ କ୍ରିକେଟରୁ ବାସନ୍ଦ କରିଥିବା ବେଳେ ବେନକ୍ରାଫ୍ଟଙ୍କୁ ୯ ମାସ ପାଇଁ ବାସନ୍ଦ କରିଛି । ଏପରିକି ସ୍ମିଥଙ୍କୁ ଅଧିନାୟକ ପଦରୁ ମଧ୍ୟ ହଟାଇ ଦିଆଯାଇଛି । ଏହାସହ ଉଭୟ ସ୍ମିଥ ଓ ୱାର୍ଣ୍ଣରଙ୍କୁ ଆଇପିଏଲରୁ ମଧ୍ୟ ବିଦା କରିଛି ବିସିସିଆଇ । ତେବେ ତିନି ଖେଳାଳିଙ୍କ ନିଜ ନିଜର ପକ୍ଷ ରଖିବା ପାଇଁ ଗୋଟିଏ ସପ୍ତାହ ସମୟ ଦିଆଯାଇଛି ।