ଆସନ୍ତାକାଲି କଂଗ୍ରେସର ୩ ଘଣ୍ଟିଆ ବିକ୍ଷୋଭ । ନାବାଳିକା ନିଖୋଜ, ଦୁଷ୍କର୍ମ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ ।

185

କନକ ବ୍ୟୁରୋ : ଆସନ୍ତାକାଲି ରାଜ୍ୟରେ କଂଗ୍ରେସ କରିବ ବିକ୍ଷୋଭ । ନାବାଳିକା ନିର୍ଯ୍ୟାତନା, ଦୁଷ୍କର୍ମ ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି କଂଗ୍ରେସ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।

ପ୍ରତି ଜିଲ୍ଲାର ସଦର ମହକୁମାରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ମାନେ ବିକ୍ଷୋଭ କରିବେ ବୋଲି କହିଛନ୍ତି ନରସିଂହ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି । ସରକାର ବାରମ୍ବାର ଗୃହରେ ଭୁଲ ତଥ୍ୟ ଦେଉଛନ୍ତି । ଗୋଟିଏ ପ୍ରଶ୍ନର ଭିନ୍ନ ଉତ୍ତର ଦେଉଛନ୍ତି ରାଜ୍ୟ ସରକାର । ମରୁଡି କଥା ପଚାରିଲେ ବର୍ଷା କଥା କହି ଏଡାଇ ଯାଉଛନ୍ତି ସରକାର । ବିଭିନ୍ନ ପ୍ରସଙ୍ଗରେ ସରକାର ସମ୍ପୂର୍ଣ୍ଣ ଭୂଲ ତଥ୍ୟ ଦେଉଥିବା କହିଛନ୍ତି ନରସିଂହ । ଏହାଛଡା ନାବାଳିକା ନିଖୋଜ ଓ ଦୁଷ୍କର୍ମ ଭଳି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବ ବୋଲି କହିଛନ୍ତି ନରସିଂହ ।

ପଞ୍ଚମ ଥର ସରକାର ଜିତିଲା ପରେ ବୋଧହୁଏ ଅହଂକାର ବଢ଼ିଯାଇଛି। ଯେତେବେଳେ ଅହଙ୍କାର ବଢ଼ିଯାଏ, ବିନାଶ ନିଶ୍ଚିତ ବୋଲି ଶ୍ରୀ ମିଶ୍ର କହିଛନ୍ତି। ତେଣୁ ସରକାରଙ୍କ ବିରୋଧରେ ବୁଧବାର ସବୁ ଜିଲ୍ଲାର ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।

Comments are closed.