ସୋମବାର ଛୁଟି ରହିବ ରାଜ୍ୟର ସମସ୍ତ ସ୍କୁଲ । ଘୋଷଣା କଲେ ରାଜ୍ୟ ସରକାର, ହେଲେ କାହିଁକି ?

116

କନକ ବ୍ୟୁରୋ : ଆସନ୍ତା ସୋମବାର ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ପ୍ରଦୀପ୍ତ ମହାପାତ୍ର । ସେପ୍ଟେମ୍ବର ୧୦ କଂଗ୍ରେସ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ସରକାର ।ଭାରତ ବନ୍ଦ ସମୟରେ ଯେପରି ସ୍କୁଲ ଛାତ୍ରଛାତ୍ରୀ ମାନେ କୌଣସି ସମସ୍ୟାରେ ନ ପଡନ୍ତି ସେଥିପାଇଁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଆସନ୍ତା ୧୦ ତାରିଖ ସୋମବାର ଦିନ ବାରମ୍ବାର ତୈଳ ଦର ବୃଦ୍ଧିକୁ ନେଇ ପୂରା ଦେଶରେ ବନ୍ଦ ଡାକରା ଦେଇଛି । କେନ୍ଦ୍ର ସରକାରଙ୍କୁ ବିରୋଧ କରି ଏଭଳି ବନ୍ଦ ଡାକରା ଦେଇଛି କଂଗ୍ରେସ । ଏହା ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ବିଜେଡି ମଧ୍ୟ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ ୨ ଘଣ୍ଟିଆ ପ୍ରତିବାଦ କରିସାରିଛି ।