ବଜେଟର ବଡ଼ ଖବର । ସ୍ୱାସ୍ଥ୍ୟ ସେବାକୁ ଅଧିକ ଗୁରୁତ୍ୱ ଦେଲେ, ଚଳିତ ସ୍ୱାସ୍ଥ୍ୟ ବଜେଟ୍ ୭ହଜାର ୭ଶହ କୋଟି କଲେ ସରକାର ।

255

କନକ ବ୍ୟୁରୋ: ଚଳିତ ରାଜ୍ୟ ବଜେଟ୍ ରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ । ସ୍ୱାସ୍ଥ୍ୟ ପାଇଁ ୭ ହଜାର ୭ ଶହ କୋଟି ଟଙ୍କା ବଜେଟରେ ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର । ସବୁଠାରୁ ବଡ଼କଥା ହେଲା, ସ୍ୱାସ୍ଥ୍ୟକ୍ଷେତ୍ରରେ ବଜେଟ୍ ବ୍ୟୟବରାଦ ୫ ବର୍ଷରେ ୨ ଗୁଣା ହୋଇଛି ବୋଲି ବଜେଟ୍ ଉପସ୍ଥାପନା ବେଳେ କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଅନ୍ୟପଟେ ୨୦୨୦-୨୧ ବର୍ଷ ପାଇଁ ବ୍ୟୟବରାଦ ହୋଇଥିବା ୭ ହଜାର ୭ ଶହ କୋଟି ବଜେଟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧,୧୦୮ କୋଟିର ବ୍ୟୟବରାଦ କରିବା ସହ ଭିତ୍ତିଭୂମି ସୁଦୃଢୀକରଣ ପାଇଁ ୫୭୮ କୋଟି ବ୍ୟୟ ବରାଦ କରାଯାଇଛି । ତେବେ ବିଭିନ୍ନ ଦିଗକୁ ଗୁରୁତ୍ୱ ଦିଆଯାଇ ଉପସ୍ଥାପିତ ହୋଇଥିବା ଏହି ବଜେଟର ମୂଳ ଲକ୍ଷ୍ୟ ରହିଛି-:

-ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଆଗୁଆ ରହିଛି
• ବଜେଟର ଆକାର ୧ ଲକ୍ଷ ୫୦ ହଜାର କୋଟିକୁ ବୃଦ୍ଧି ପାଇଛି ।
• ଓଡ଼ିଶା ରାଜସ୍ୱ ନିଅଣ୍ଟିଆରୁ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି ।
• ସ୍ମାର୍ଟସିଟି ଓ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ସୁନାମ ଅର୍ଜନ କରିପାରିଛି ।
• ଜଳବାୟୁ ବଜେଟ ପ୍ରସ୍ତୁତ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ ।
• ୨୦୨୦-୨୧ ଲିଙ୍ଗ ବଜେଟ ଓ ଶିଶୁ ବଜେଟ ପ୍ରସ୍ତୁତ କରାଯାଉଛି । ଏପରି କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ।
• ଇ-ବଜେଟ ଆଗତ କରି କାଗଜ ବ୍ୟବହାରକୁ ହ୍ରାସ କରିପାରିଛୁ ।
• ଓଡ଼ିଶାର ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ ହେବ ।
• କୃଷି ବଜେଟ : ଓଡ଼ିଶା ଗ୍ରାମ ଓ କୃଷି ବଜେଟ
• କୃଷି ଜିଡିପି ଦ୍ୱି ଗୁଣିତ ହୋଇ ୪.୫ ପ୍ରତିଶତ ହୋଇଛି ।
• ରାଜ୍ୟର କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇଛି ।