ବଜେଟରେ ଐତିହ୍ୟକୁ ଗୁରୁତ୍ୱ । ବିଶ୍ୱ ମାନଚିତ୍ରରେ ଓଡ଼ିଶାର ଛାପ ଛାଡ଼ିବାକୁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ୍ । ପୁରୀ ଭଳି ରାଜ୍ୟର ଅନ୍ୟ ଐତିହ୍ୟସ୍ଥଳୀ ପାଇଁ ବଜେଟ ବ୍ୟୟବରାଦ ।

293

କନକ ବବ୍ୟୁରୋ: ଚଳିତ ବଜେଟରେ ଆଉ ଏକ ବିଶେଷତ୍ୱ୍ୱ ହେଉଛି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି । ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ପରିଣତ କରିବା ପାଇଁ ବୃହତ ଯୋଜନା ମଂଜୁର କରିଛନ୍ତି ସରକାର । ଏଥିପାଇଁ ଅବଢ଼ା ଯୋଜନା ଅଧିନରେ ସର୍ବମୋଟ ୩ ହଜାର ୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ । ଆଉ ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଯୋଜନାରେ ଖର୍ଚ୍ଚ ହେବ ୬ଶହ ୯୫ କୋଟି ଟଙ୍କା । ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ, ବହୁତଳ ବିଶିଷ୍ଟ କାର ପାର୍କଂ ବ୍ୟବସ୍ଥା, ସ୍ୱର୍ଗଦ୍ୱାର, ଭେଣ୍ଡିଂ ଜୋନ୍ ଆଦିର ଉନ୍ନତିକରଣ ପାଇଁ ଟଙ୍କା ଖର୍ଚ୍ଚ ହେବ ।

ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଚତୁପାଶ୍ୱର୍ର ଉନ୍ନତିକରଣ ପାଇଁ ବଡ଼ ଯୋଜନା କରିଛନ୍ତି ସରକାର । ମୋଟ ୭ ଶହ କୋଟି ଟଙ୍କାର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏଥିପାଇଁ ଖର୍ଚ୍ଚ ହେବ ୧୫୦ କୋଟି ଟଙ୍କା । କେବଳ ପୁରୀ କି ଲିଙ୍ଗରାଜ ନୁହେଁ ରାଜ୍ୟର ପ୍ରସିଦ୍ଧ ଐତିହ୍ୟସ୍ଥଳୀକୁ ଗୁରୁତ୍ୱ ଦେଇ ସମଲେଶ୍ୱରୀ ମନ୍ଦିର, ହୀରାକୁଦ ଡ୍ୟାମ୍, ଭିତରକନିକା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି ।

ସବୁଠାରୁ ବଡ଼କଥା ହେଲା, ଓଡ଼ିଶା ପର୍ଯ୍ୟଟନକୁ ଅଗାମୀ ଦିନରେ ଦ୍ରୃତ ଅଗ୍ରଗତି ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟସରକାର । କୋଣାର୍କକୁ ଦିନିକିଆ ପର୍ଯ୍ୟଟନସ୍ଥଳୀରୁ ପରିବର୍ତ୍ତନ କରି ସେଠାରେ ପର୍ଯ୍ୟଟକମାନେ ରହିବା ପାଇଁ ୫୦ଟି କୂଟୀର ବିଶିଷ୍ଟ ମ୍ୟାରିନ୍ ଡ୍ରାଇଭ୍ ଇକୋ-ରିଟ୍ରିଏଟର ବ୍ୟବସ୍ଥା କରାଯାଇଛି । ଯାହାକକୁ ଦେଶ ବିଦେଶରେ ପ୍ରଂଶସା କରାଯଉଛି । ଏହା ପ୍ରତିବର୍ଷ ଆୟୋଜିତ କରାଯିବ । ଶାମୁକା ବେଳାଭୂମି ଅଞ୍ଚଳରେ ନୂତନ ବିଶ୍ୱର ଅର୍ଥନୀତିକୁ ଆକୃଷ୍ଟ କରିବା ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକାଶ ଲାଗି ୮୦ କୋଟି ବ୍ୟୟ ବରାଦ କରାଯାଇଛି ।