ଭାରତର ଅଧା ରାଜ୍ୟ ଏବେ ବନ୍ୟାଜଳ ଘେରରେ ରହିଛି । ବନ୍ୟା କାରଣରୁ ଶହ ଶହ ଲୋକଙ୍କ ଜୀବନ ଯାଇଥିବା ବେଳେ କୋଟି କୋଟି ଟଙ୍କାର ସଂପତ୍ତି ମଧ୍ୟ ଧରାଶାୟୀ ହୋଇଯାଇଛି । ବନ୍ୟା ପ୍ରପୀଡିତଙ୍କୁ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବା ପାଇଁ ସରକାର ଜନତାଙ୍କୁ କହିଛନ୍ତି । ଯଦି ଆପଣ ମଧ୍ୟ ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ସହଜରେ ଆପଣଙ୍କ ସାହାଯ୍ୟ ତାଙ୍କ ପାଖରେ ପହଁଚିପାରିବ । କିନ୍ତୁ ଆର୍ଥୀକ ସାହାଯ୍ୟ କରିବା ସମୟରେ ଟିକେ ସାବଧାନତା ଅବଲମ୍ବନ କରନ୍ତୁ ନଚେତ୍ ପୀଡିତଙ୍କ ବଦଳରେ ଆପଣଙ୍କ ଟଙ୍କା ଲୁଟେରାଙ୍କ ହାବୁଡରେ ପଡିଯିବ । ଏନେଇ ଏସବିଆଇ ତରଫରୁ ଗ୍ରାହକଙ୍କୁ ଆଲର୍ଟ କରାଯାଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଆଲର୍ଟ କରି କହିଛି ଯେ ଯଦି ଆପଣ ବନ୍ୟା ପ୍ରପୀଡିତଙ୍କୁ ଆର୍ଥୀକ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ନଚେତ୍ ଆପଣ ଠକାମୀର ଶିକାର ହେବେ ଯାହାଦ୍ୱାରା ଆପଣଙ୍କ ଆକାଉଣ୍ଟ୍ ମଧ୍ୟ ଖାଲି ହେବାର ସମ୍ଭାବନା ରହିଛି ।
ଏସବିଆଇ ଟ୍ୱିଟ୍ କରି କହିଛି ଯେ, ଯଦି ଆପଣ ବନ୍ୟା ପ୍ରପୀଡିତଙ୍କୁ ଆର୍ଥୀକ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ରିଲିଫ୍ ଫଣ୍ଡ୍ ଭର୍ଚୁଅଲ୍ ପେମେଣ୍ଟ୍ ଆଡ୍ରେସ୍ (ଠଚଇଗ୍ଦ) ର ଅଫିସିଆଲ୍ ଠିକଣା ଜରିଆରେ ହିଁ ଡୋନେସନ୍ କରନ୍ତୁ । ଡୋନେସନ୍ ରେ ଆସୁଥିବା ରିକ୍ୱେଷ୍ଟ୍ କୁ ସୁନିଶ୍ଚିତ କରନ୍ତୁ । ସୁନିଶ୍ଚିତ କରିବା ପରେ ଅଫିସିଆଲ୍ ଭର୍ଚୁଅଲ୍ ପେମେଣ୍ଟ୍ ଆଡ୍ରେସ୍ (ଠଚଇଗ୍ଦ) ରେ ଟଙ୍କା ଟ୍ରାନ୍ସଫର୍ କରନ୍ତୁ । ଆପଣ ଯେଉଁ ଆକାଉଣ୍ଟ୍ ରେ ଟଙ୍କା ଟ୍ରାନ୍ସଫର୍ କରୁଛନ୍ତି ସେହି ଆକାଉଣ୍ଟ୍ କୁ ମଧ୍ୟ ଭଲଭାବରେ ଜାଞ୍ଚ୍ କରନ୍ତୁ । କେବଳ ଆକାଉଣ୍ଟ୍ ରେ ହିଁ ଟଙ୍କା ଟ୍ରାନ୍ସଫର୍ କରନ୍ତୁ । ଆୟକର ଆକ୍ଟର ସେକ୍ସନ୍ ୮୦ ଜି ଅନୁସାରେ ଯଦି ଆପଣ କୌଣସି ବନ୍ୟା ପ୍ରପୀଡିତଙ୍କୁ ଆର୍ଥୀକ ସାହାଯ୍ୟ କରୁଛନ୍ତି ତେବେ ଆପଣଙ୍କୁ ଟ୍ୟାକ୍ସରେ ୧୦୦ ପ୍ରତିଶତ ଛାଡ ମିଳିବ ।
କ’ଣ କରିବେ ନାହିଁ ?
ଏଭଳି କୌଣସି ଲିଙ୍କ୍ କୁ ଖୋଲନ୍ତୁ ନାହିଁ ଯାହା ଅଜ୍ଞାତ ସୂତ୍ରରେ ଇମେଲ୍ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଆପଣଙ୍କ ପାଖକୁ ଆସିଛି । ପପ୍-ଅପ୍ ୱିଣ୍ଡୋ ରୂପରେ ଆସୁଥିବା କୌଣସି ପେଜରେ କିଛି ବି ବିବରଣୀ ଦିଅନ୍ତୁ ନାହିଁ । ଫୋନ୍ କିମ୍ବା ଇମେଲ୍ ରେ ଗୁରୁତ୍ୱପୂର୍ଣ୍ଣ ପାସୱର୍ଡ ଦେବାର ଭୁଲ୍ କେବେ କରନ୍ତୁ ନାହିଁ । ଗୁରୁତ୍ୱପୂର୍ଣ୍ଣ ପାସୱର୍ଡ , ପିନକୋଡ୍ ଏବଂ ଡାଟାକୁ କୌଣସି ପରିସ୍ଥିତିରେ ମଧ୍ୟ କାହାରିକୁ ଦିଅନ୍ତୁ ନାହିଁ ଏମିତିକି ବ୍ୟାଙ୍କ୍ କର୍ମଚାରୀଙ୍କୁ ବି ନୁହେଁ ।
କ’ଣ କରିବେ?
ସବୁବେଳେ ଆଡ୍ରେସ୍ ବାରରେ ୟୁଆରଏଲ୍ ଟାଇପ୍ କରି ସାଇଟ୍ ରେ ଲଗ୍ ଅନ୍ କରନ୍ତୁ । କେବଳ ପ୍ରମାଣ ଥିବା ଲଗଇନ୍ ପେଜରେ ହିଁ ନିଜ ୟୁଜର ଆଇଡି ତଥା ପାସୱର୍ଡ ଦିଅନ୍ତୁ । ନିଜ ୟୁଜର ଆଇଡି ଏବଂ ପାସୱର୍ଡ ଦେବା ପୂର୍ବରୁ ସୁନିଶ୍ଚିତ କରନ୍ତୁ ଯେ ଏହାର ୟୁଆରଏଲ୍ 'https://'text ସହ ଆରମ୍ଭ ହୋଇଥିବ 'http://' ବୈଧ ନୁହେଁ । ବ୍ରାଉଜର୍ ତଥା ଭେରିସାଇନ୍ ପ୍ରମାଣପତ୍ରର ଡାହାଣର ସବୁଠାରୁ ନିମ୍ନରେ ଥିବା ଲକ୍ କୁ ଚିହ୍ନଟ କରନ୍ତୁ । ସବୁବେଳେ ଏହି କଥାର ଧ୍ୟାନ ରଖନ୍ତୁ ଯେ ବ୍ୟାଙ୍କ କେବେ ବି ଆପଣଙ୍କୁ ଇମେଲ୍ ତଥା ଅନ୍ୟ କୌଣସି ମାଧ୍ୟମରେ ଆପଣଙ୍କ ଖାତାର ପୃଷ୍ଟି କରିବା ପାଇଁ ପ୍ରଶ୍ନ ପଚାରି ନଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/SBI-contributes-Rs-2-cr-for-flood-hit-Kerala.jpg)
/kanak/media/post_attachments/wp-content/uploads/2019/08/floods-300x167.jpg)
/kanak/media/post_attachments/wp-content/uploads/2019/08/SBI-Donation-300x200.jpg)
/kanak/media/post_attachments/wp-content/uploads/2019/08/sbi-625_625x300_51455200044-300x144.jpg)