ଶ୍ରୀଲଙ୍କା ଆତଙ୍କୀ ହମଲାର ମୃତକଙ୍କ ସଂଖ୍ୟା ୨୯୦କୁ ବୃଦ୍ଧି । ଘଟଣାରେ ମୋଟ ୨୪ ଜଣ ହୋଇଛନ୍ତି ଗିରଫ

ଶ୍ରୀଲଙ୍କା ଆତଙ୍କୀ ହମଲାର ମୃତକଙ୍କ ସଂଖ୍ୟା ୨୯୦କୁ ବୃଦ୍ଧି

201
କନକ ବ୍ୟୁରୋ : ବଢିବାରେ ଲାଗିଛି ଶ୍ରୀଲଙ୍କା ବିସ୍ଫୋରଣର ମୃତ୍ୟୁ ସଂଖ୍ୟା । ବର୍ତମାନ ସମୟରେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବର୍ତମାନ ସୁଦ୍ଧା ୨୯୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଏହି ଘଟଣାରେ ମୋଟ ୨୪ ଜଣ ଗିରଫ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଅନେକ ବିଦେଶୀ ମଧ୍ୟ ରହିଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବା ଆଂଶଙ୍କା ରହିଛି ।
ରବିବାର ସକାଳେ ଇଷ୍ଟର ପାଳନ ବେଳେ ଚଳଚଂଚଳ ଥିଲା ଚର୍ଚ୍ଚ । ଲୋକ ଉତ୍ସବ ମନାଉଥିବା ବେଳେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ପ୍ରଥମେ କଲୋମ୍ବୋ କୋଚିକୋଡ ସ୍ଥିତ ସେଂଟ ଏନ୍ଥୋନୀ  ଚର୍ଚ୍ଚ, ବଟ୍ଟିକଲୋକବାରର ଏକ ଚର୍ଚ୍ଚ ଓ ନୈଗୋଁବୋର ସେବେଷ୍ଟିୟନ ଚର୍ଚ୍ଚରେ ହୋଇଥିଲା ବିସ୍ଫୋରଣ । ଏହା ସହ ୫ଟି ହୋଟେଲକୁ ମଧ୍ୟ ଟାର୍ଗେଟ କରିଥିଲେ ଆତଙ୍କବାଦୀ । କିଛି ଘଂଟା ଭିତରେ ଲଗାତାର ବିସ୍ଫୋରଣ । ଖୁସିର ମାହୋଲରେ ଛାଇ ଯାଇଥିଲା ଦୁଃଖର କଳାବାଦଲ । କଲମ୍ବୋ ଛାତି ଉପରେ ନାଚିଥିଲା ଆତଙ୍କର ତାଣ୍ଡବ । କେହି କିଛି ବୁଝିବା ପୂର୍ବରୁ ରକ୍ତରେ ଲାଲ ହୋଇ ଯାଇଥିଲା ସମଗ୍ର ଅଂଚଳ । ସାରା ଦେଶରେ ଖେଳି ଯାଇଥିଲା ଭୟର ବାତାବରଣ ।