ଭାରତରେ ପାକିସ୍ତାନ ପାରା ! ଶ୍ରୀଗଙ୍ଗାନଗର ସୀମାକୁ ଅତିକ୍ରମ କଲା ପାକିସ୍ତାନ ପାରା , ଲାଞ୍ଜରେ ଲାଗିଛି ମୋହର ।

2,743

ଭାରତ-ପାକିସ୍ତାନ ଅନ୍ତଃରାଷ୍ଟ୍ରୀୟ ସୀମାସ୍ଥିତ ଶ୍ରୀଗଙ୍ଗାନଗର ଜିଲ୍ଲାରେ ପାକିସ୍ତାନ ପଟୁ ଏକ ପାରା ଉଡିଆସିଥିବା ସୂଚନା ମିଳିଛି । ବିଏସଏଫ୍ ଜାଞ୍ଚ୍ କରିବା ପରେ ପୋଲିସ୍ କୁ ଏନେଇ ଖବର ଦେଇଥିଲେ । ଏବେ ପାରାଟି ପୋଲିସ୍ ସୁରକ୍ଷାରେ ରହିଛି । ପାକ୍ ପାରାର ଡାହାଣ ପଟ ଲାଞ୍ଚରେ ଉଦ୍ଦ୍ୱର୍ ଭାଷାରେ ମୋହର ଲାଗିଥିବା ଦେଖାଯାଉଛି । ପାରାଟିର ଲାଞ୍ଚରେ କିଛି ନମ୍ବର ଲେଖାହୋଇଛି । ପୋଲିସ୍ ଟିମ୍ ଏହାର ଜାଞ୍ଚ କରିବାରେ ଲାଗିଛନ୍ତି ।

“୬୧-ଏ” ଗାଁରୁ ମିଳିଛି ପାକିସ୍ତାନ ପାରା :

ଶ୍ରୀକରଣପୁରର ଥାନାଧିକାରୀ ରାଜକୁମାର ରାଜୋରା କହିଛନ୍ତି ଯେ ପାରାଟି ସୀମାରେ ଅବସ୍ଥିିତ ୬୧-ଏ ଗାଁରେ ଶନିବାର ଦେଖିବାକୁ ମିଳିଥିଲା । ଗ୍ରାମର ଜଣେ ଲୋକ ଏନେଇ ବିଏସଏଫ୍ କୁ ସୂଚନା ଦେଇଥିଲେ । ପାରାର ଲାଞ୍ଜରେ ଉଦ୍ଦ୍ୱର୍ ଭାଷାରେ କିଛି ନମ୍ବର ଲେଖାହୋଇଛି ଏବଂ ଉସ୍ତାଦ ଅଖତର୍ ଏବଂ ଡାହାଣପଟେ ଇରଫାନ୍ କିମ୍ବା ମରଫାନ୍ ବୋଲି କିଛି ଲେଖାହୋଇଛି । ତେବେ ବର୍ତ୍ତମାନ ପୋଲିସ୍ ଏବଂ ଏଜେନ୍ସୀ ଟିମ୍ ପାକ୍ ପାରାର ଜାଞ୍ଚ୍ କରିବା ଆରମ୍ଭ କରିଦେଇଛନ୍ତି ।