କ୍ରିକେଟର ଏସ୍ .ଶ୍ରୀଶନ୍ଥଙ୍କ ଉପରେ ଆଇପିଏଲ୍ ସ୍ପଟ୍ ଫିକ୍ସିଙ୍ଗ୍ ମାମଲାରେ ଲାଗିଥିବା ଆଜୀବନ ପ୍ରତିବନ୍ଧକୁ ହଟାଇ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ କହିବାନୁସାର ବିସିସିଆଇ ପାଖରେ ଅନୁଶାସନାତ୍ମକ କାର୍ଯ୍ୟକାରିତା କରିବାର ଅଧିକାର ରହିଛି । କୋର୍ଟ ତରଫରୁ ବିସିସିଆଇରେ ଶ୍ରୀଶନ୍ଥଙ୍କ ଉପରେ ଶୁଣାଣୀ କରିବା ପାଇଁ ମଉକା ଦେବା ଏବଂ ୩ ମାସ ଭିତରେ ଏଥିପାଇଁ ଦଣ୍ଡ ଦେବାକୁ ଆଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ତରଫରୁ କୁହାଯାଇଛି ଯେ ବିସିସିଆଇ ଶ୍ରୀଶନ୍ଥଙ୍କ ଉପରେ ଲଗାଇଥିବା ଆଜୀବନ ପ୍ରତିବନ୍ଧ ଉପରେ ପୁନଃ ବିଚାର କରନ୍ତୁ ଏବଂ ୩ ମାସ ଭିତରେ ଏହାର ଉତ୍ତର ଦିଅନ୍ତୁ । କୋର୍ଟ ତରଫରୁ କୁହାଯାଇଛି ଯେ ବିସିସିଆଇ ଶ୍ରୀଶନ୍ଥଙ୍କ ପକ୍ଷ ମଧ୍ୟ ଶୁଣନ୍ତୁ । ସୁପ୍ରିମକୋର୍ଟଙ୍କ ମତରେ ଲାଇଫଟାଇମ୍ ବ୍ୟାନ୍ ଅଧିକ ଦଣ୍ଡ ହେଉଛି ।
ତେବେ , ବିସିସିଆଇ ଶ୍ରୀଶନ୍ଥଙ୍କ ଉପରେ ଆଇପିଏଲ୍ – ୨୦୧୩ ମସିହାରେ ସ୍ପଟ୍ ଫିକ୍ସିଙ୍ଗ୍ ମାମଲାରେ ଦୋଷୀ ମାନି ଆଜୀବନ ପ୍ରତିବନ୍ଧ ଲଗାଇଥିଲେ । ଏହାର ବିପକ୍ଷରେ ଶ୍ରୀଶନ୍ଥ ସୁପ୍ରିମକୋର୍ଟରେ କେସ୍ କରିଥିଲେ । ଏହା ପୂର୍ବରୁ ବିସିସିଆଇ ତରଫରୁ କୋର୍ଟରେ ଶ୍ରୀଶନ୍ଥଙ୍କ ଉପରେ ଭ୍ରଷ୍ଟାଚାର,ସଟ୍ଟାବାଜୀ ଏବଂ କ୍ରିକେଟକୁ ଅପମାନ କରିଥିବା ଅଭିଯୋଗ ଲଗାଯାଇଥିଲା । ଶ୍ରୀଶନ୍ଥ ,ଅଙ୍କିତ ଚୌହାନ୍ , ଅଜିତ୍ ଚନ୍ଦିଲାଙ୍କ ସହ ସ୍ପଟ୍ ଫିକ୍ସିଙ୍ଗ୍ ମାମଲାରେ ଅନ୍ୟ ୩୬ ଜଣ ଅଭିଯୁକ୍ତଙ୍କୁ ୨୦୧୫ ଜୁଲାଇ ମାସରେ ପଟିୟାଲା ହାଉସ୍ କୋର୍ଟ ଅପରାଧି ମାମଲାରୁ ମୁକ୍ତ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/1517854250cricket-ind-sreesnath-ipl-match-fixing-files_cf8755aa-b339-11e7-8b25-96a837358dfc.jpg)
/kanak/media/post_attachments/wp-content/uploads/2019/03/sepvrqrg_s-sreesanth_625x300_15_March_19-300x225.jpg)