ମୁଁ ବହୁତ ଥକି ଗଲିଣି ! ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ବାବା ଭୟୁଜୀ ମହାରାଜ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଦେଶର ଅନେକ ହେଭିୱେଟ ଥିଲେ ବାବାଙ୍କ ଅନୁଗାମୀ

38

ଦେଶରେ ଚର୍ଚ୍ଚିତ ଆଧ୍ୟାତ୍ମିକ ଗୁରୁ ଭୟୁଜୀ ମହାରାଜ ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି । ଲୋକଙ୍କୁ ଭଲରେ ବଞ୍ଚିବା ପାଇଁ ପ୍ରେରଣା ଦେଉଥିବା ସନ୍ଥ ଯେ ନିଜେ ଆତ୍ମହତ୍ୟା କରି ଚିରଦିନ ପାଇଁ ଆଖି ବୁଜିଦେବେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଭୟୁଜୀ ମହାରାଜଙ୍କ ଭକ୍ତ । ଇନ୍ଦୋର ସ୍ଥିତ ସିଲଭର ସ୍ପ୍ରିଙ୍ଗ ବାସଭବନରେ ସେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଭୟୁଜୀ ମହାରାଜଙ୍କୁ ଗୁରୁତର ଅବସ୍ଥାରେ ଇନ୍ଦୋରର ବାଁବ୍ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ଭୟୁଜୀଙ୍କ କୋଠରୀରୁ ଏକ ହାତଲେଖା ସୁଇସାଇଡ଼ ନୋଟ ଜବତ କରିଛି ପୋଲିସ । ଯେଉଁଥିରେ ଲେଖାଯାଇଛି ଯେ, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ । ମୁଁ ବହୁତ ଅବସାଦଗସ୍ତ ଅଛି, ସମ୍ପୂର୍ଣ୍ଣ ଭାବେ ଥକି ଯାଇଛି । ତେବେ ଏହି ପୋଲିସ ଏବେ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି ।

କିଛି ଦିନ ପୂର୍ବେ ଭୟୁଜୀ ମହାରାଜଙ୍କୁ ମଧ୍ୟପ୍ରଦେଶ ସରକାର ରାଷ୍ଟ୍ରମନ୍ତ୍ରୀର ପାହ୍ୟା ଦେଇଥିଲେ । କିନ୍ତୁ ଭୟୁଜୀ ସରକାରୀ ବାସଭବନ କିମ୍ବା ଅନ୍ୟାନ୍ୟ ସକରାରୀ ସୁବିଧା ନେବା ପାଇଁ ରୋକଠୋକ ମନା କରିଦେଇଥିଲେ । ଭୟୁଜୀ ମଧ୍ୟ ଉଦୟ ସିଂ ଦେଶମୁଖ ଭାବେ ଜଣାଶୁଣା । ୨୦୧୧ ମସିହାରେ ଲୋକପାଳ ବିଲକୁ ନେଇ ଅନଶନରେ ବସିଥିବା ଆନା ହଜାରେଙ୍କୁ ମନାଇବାରେ ସମର୍ଥ ହୋଇଥିଲେ ଭୟୁଜୀ ମହାରାଜ । ଯାହାକୁ ନେଇ ଭୟୁଜୀ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ଥିଲେ । ସୁଚନା ମୁତାବକ ଭୟୁଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ ବିଜେପି ନେତା, ବଲିଉଡ ତାରକା ଏବଂ ପ୍ରତିଷ୍ଠିତ ଶିଳ୍ପପତି ମାନଙ୍କର ଅତି ପ୍ରିୟ ଥିଲେ । କାରଣ ରାଜନୈତିକ ହେଉ ଅବା ବ୍ୟବସାୟ ସବୁଥିରେ ଭୟୁଜୀଙ୍କ ମତାମତ ଲୋଡୁଥିଲେ ଦେଶର ହେଭିୱେଟ ବ୍ୟକ୍ତି ଗଣ ।

ଭୟୁଜୀଙ୍କ ଅନୁଗାମୀଙ୍କ କହିବା ଅନୁସାରେ ଭୟୁଜୀ ମହାରାଜଙ୍କର ପ୍ରଥମ ପତ୍ନୀ ମୃତ୍ୟୁ ପରେ ସେ ଗତ ବର୍ଷ ଇନ୍ଦୋର ଜଣେ ଆୟୁଷୀ ନାମକ ମହିଳାଙ୍କୁ ଦ୍ୱିତୀୟ ବିବାହ କରି୍ଥିଲେ । ତେବେ ସୁଚନା ମୁତାବକ ଭୟୁଜୀଙ୍କ ଆତ୍ମହତ୍ୟାର କାରଣ ପାରିବାରିକ କଳହ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଇନ୍ଦୋର ଠାରେ ଥିବା ଭୟୁଜୀ ମହାରାଜଙ୍କ ଆଶ୍ରମକୁ ପ୍ରତିଦିନ ଦେଶର ପ୍ରମୂଖ ବ୍ୟକ୍ତିଙ୍କ ଯିବା ଆସିବା କରିଥାନ୍ତି । ଭୟୁଜୀଙ୍କ ସ୍ୱତନ୍ତ୍ର ୱେବସାଇଟ୍ “ରାଷ୍ଟ୍ର ସନ୍ଥ ଶ୍ରୀ ସଦଗୁରୁ ଭୟୁଜୀ” ନାଁରେ ମଧ୍ୟ ଭାୟୁଜୀଙ୍କୁ ଅନୁକରଣ କରୁଥିଲେ ସମର୍ଥକ । ବିଶେଷ କରି ଯୁବପିଢ଼ୀମାନେ ଭୟୁଜୀଙ୍କୁ ମୋଟିଭେଟର ଭାବେ ଗ୍ରହଣ କରି ତାଙ୍କ ଠାରୁ ଭବିଷ୍ୟତ ପାଇଁ ପ୍ରେରଣା ନେଉଥିଲେ ।