କମିଲାନି ସବୁଠାରୁ ମୋଟା ମହିଳାଙ୍କ ଓଜନ ! ଡାକ୍ତରଙ୍କୁ ଦୋଷ ଦେଲେ ପରିବାର

21

ଦୁନିଆର ସବୁଠାରୁ ମୋଟା ମହିଳାଙ୍କ ଓଜନ କମିନି । ଡାକ୍ତର ମିଛ କହୁଛନ୍ତି । କିଛି ଏଭଳି ଢଙ୍ଗରେ ଆରୋପ ଲଗାଇଛନ୍ତି ସବୁଠାରୁ ଓଜନଦାର ମହିଳା ଇମାନ ଅହମ୍ମଦଙ୍କ ଭଉଣୀ । କହିଛନ୍ତି, ହସ୍ପିଟାଲ କର୍ତ୍ତୃପକ୍ଷ ମିଛ ପ୍ରଚାର କରୁଛନ୍ତି । ଆମକୁ ବୋକା ବନଉଛନ୍ତି । ୫୦୦ କେଜି ଓଜନର ଇଜିପ୍ଟର ଇମାନ ଅହମ୍ମଦ ଗତ ଫେବୃୟାରୀ ୧୧ ତାରିଖରେ ମୁମ୍ବାଇର ସୈଫି ହସ୍ପିଲରେ ଭର୍ତି ହୋଇଥିଲେ ।

ତେବେ ଏହାରି ଭିତରେ ତାଙ୍କ ଓଜନ ୧୭୩ କେଜିକୁ ଖସି ଆସିଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିବା ସହ ଇମାନ ଘରକୁ ଫେରିପାରିବେ ବୋଲି ସୂଚନା ଦେଇଥିଲେ । ହେଲେ ଏହି ଘଟଣା ଏବେ ବିବାଦୀୟ ହୋଇଛି । ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଚିକିତ୍ସା କରୁଥିବା ଡାକ୍ତର ଅଭିଯୋଗକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ଇମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଲକୁଲ ଠିକ ଅଛି, ଆଉ ଲଗାତର ଭାବେ ଏଥିରେ ସୁଧାର ଆସିବାରେ ଲଗିଛି ।

ଗତ ଦୁଇ ମାସରେ ଇମାନଙ୍କ ଓଜନ ୩୨୭ କିଲ କମ ହୋଇଥିବା କୁହାଯାଉଛି । ଏବେ ତାଙ୍କର ଓଜନ ରହିଛି ୧୭୩ କିଲୋ । ସୋମବାର ସୈଫି ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ବୟାନରେ ଏହି ତଥ୍ୟ ଦିଆଯାଇଥିଲା । ଆଗାମୀ କିଛି ଦିନ ମଧ୍ୟରେ ସେ ନିଜ ଘରକୁ ଫେରିପାରିବେ ବୋଲି ହସ୍ପିଟାଲ ର୍ତ୍ତୃପକ୍ଷ କହିଛନ୍ତି ।