ଅନ୍ଧାର ରାତିରେ କାହିଁକି କାନ୍ଦନ୍ତି କୁକୁର ! ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

276

ସାଧାରଣତଃ ସମସ୍ତଙ୍କ ବିଶ୍ୱାସ ରହିଛି କି କୁକୁରଙ୍କ କାନ୍ଦିବା ଅଶୁଭ ଅଟେ । ଏହାକୁ ନେଇ ମଧ୍ୟ ଆମ ମନରେ ଆନ୍ଦୋଳିତ ହୋଇଥାଏ କି ବାସ୍ତବରେ କୁକୁରମାନେ ରାତିରେ କାହିଁକି କାନ୍ଦନ୍ତି । ଆମେ ସର୍ବଦା ଗୁରୁଜନଙ୍କ କଥା ମାନି ଆସିଛନ୍ତି । ଏବଂ କୁକୁର କାନ୍ଦିବାକୁ ଅଶୁଭ ବୋଲି ବିଶ୍ୱାସ ମଧ୍ୟ କରି ଆସିଛୁ । ତେବେ ଯଦି କୁକୁର ରାତିରେ ଘର ସାମ୍ନାରେ କାନ୍ଦେ ତେବେ ଆମକୁ କୁହାଯାଏ କି ନିଶ୍ଟୟ କେହି ମରିବାର ଅଛି । ଆଉ ଯେଉଁଥି ପାଇଁ କୁକୁର କାନ୍ଦୁଛନ୍ତି । ଆଉ ମଧ୍ୟ କୁହାଯାଏ, କୁକୁରମାନେ ରାତିରେ କାନ୍ଦିବା କୌଣସି ନକରାତ୍ମକ ଶକ୍ତି ଥିବାର ସଙ୍କେତକୁ ଇଙ୍ଗିତ କରୁଛି । ତେବେ ଏହାକୁ ମଧ୍ୟ ଅଧିକାଂଶ ଲୋକେ ଅନ୍ଧବିଶ୍ୱାସ ବୋଲି ମାନନ୍ତି । ତେବେ ପ୍ରାଚୀନ କାଳରେ ବହୁ ମୁନୀ ଋଷିଗଣ ଏଭଳି ଭାବରେ ଅନେକ ସଙ୍କେତ ଦେଇଥିଲେ ଯାହାକୁ ଏବେବି ମଧ୍ୟ ଲୋକେ ବିଶ୍ୱାସ କରନ୍ତି ।

ତେବେ ଆସନ୍ତୁ ଜାଣିିବା କୁକୁରଙ୍କ ରାତିରେ କାନ୍ଦିବା ପଛରେ ଥିବା କେତୋଟି କାରଣ ସଂପର୍କରେ ।

• କୁକୁରମାନେ ରାତିରେ ଭୁକନ୍ତି ସେତେବେଳେ ଏହାର ଅର୍ଥ ହେଲା ସେମାନେ କୌଣସି ଖବର ସଂପର୍କରେ ଜଣାଇବା ପାଇଁ ଭୁକି ଥାନ୍ତି .

• କୁକୁରମାନେ ସାଧାରଣତଃ ଏକା ରହିବାକୁ ପସନ୍ଦ କରନ୍ତି ନାହିଁ । ସେମାନେ ସବୁବେଳେ ଏକ ଗୋଷ୍ଠୀ ହୋଇ ରହିଥାନ୍ତି । ତେବେ ଏପରି ସ୍ଥଳେ ଯଦି କୌଣସି କୁକୁର ସେମାନଙ୍କ ଗ୍ରହଣରୁ ଦୂରେଇ ଯାଏ କିମ୍ବା ଅନୁପସ୍ଥିତ ରହେ ତେବେ ମଧ୍ୟ କକୁରମାନେ ଭୁକି ଥାନ୍ତି । ଆଉ ତାକୁ ଆବାହନ କରିଥାନ୍ତି ।

• କୁକୁର ରାତିରେ ଭୁକିବାର କାରଣ ହେଲା, ସେ ନିଜର ଉପସ୍ଥିତିକୁ ତାର ଅନ୍ୟ ସାଥୀକୁ ଜଣାଇବା ପାଇଁ ହୋଇଥାଏ । ସେହିପରି ଅନ୍ୟ ସାଥୀ କୁକୁରଟି ଯେତେବେଳେ ତାର ଠିକଣା ତଥା ଉପସ୍ଥିତି ସଂପର୍କରେ ଜାଣିପାରେ ସେ ମଧ୍ୟ ଅନୁରୂପ ଭାବେ ଭୁକି ଥାଏ ।

• ଯଦି କୌଣସି କୁକୁର କୌଣସି ପ୍ରକାର କଷ୍ଟ କିମ୍ବା ଯନ୍ତ୍ରଣାରେ ଥାଏ ତେବେ ସେ ତାକୁ ଅନ୍ୟମାନଙ୍କଠାରେ ପ୍ରକାଶ କରିବାକୁ ଏଭଳି ଭୁକି ଥାଏ ।

• ଆହୁରୀ ମଧ୍ୟ ଶୁଣିବାକୁ ମିଳେ କି କୁକୁରଙ୍କ ଆଖି ସାମାନ୍ୟ ନୁହେଁ । କାରଣ ଯାହାକୁ ମନୁଷ୍ୟ ଦେଖିବାରେ ଅସମର୍ଥ ଅଟେ ତାକୁ କିନ୍ତୁ କୁକୁର ଭଲଭାବେ ଦେଖିପାରେ । ତେବେ ଏଠାରେ ଆମେ କହୁଛୁ ଭୁତ-ପ୍ରେତ ତଥା ବିଭିନ୍ନ ନକରାତ୍ମକ ଶକ୍ତି ସଂପର୍କରେ । କୁକୁରମାନଙ୍କୁ ସାଧାରଣତଃ ସେମାନଙ୍କ ଉପସ୍ଥିତି ସଂପର୍କରେ ଆଭାସ ହୋଇଥାଏ ତେଣୁ ସେମାନେ ଭୁକି ଅନ୍ୟମାନଙ୍କୁ ସେମାନଙ୍କ ଉପସ୍ଥିତି ସଂପର୍କରେ ଜଣାଇବାକୁ ଚେଷ୍ଟା କରିଥାନ୍ତି ।