ହୁସିଆର୍ ! ତୈଳଦର ବୃଦ୍ଧି ସହିତ ଚିନ୍ତା ବଢାଇଲା ପେଟ୍ରୋଲ ପମ୍ପରେ ହେଉଥିବା ଠକେଇ, ପାଣି ମିଶ୍ରିତ ପେଟ୍ରୋଲ୍ ବିକ୍ରି କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି କର୍ମୀ

46

ସାରା ଦେଶରେ ହୁ ହୁ ହୋଇ ବଢି ଚାଲିଛି ତୈଳ ଦର । ରାତି ପାହିଲା ବେଳକୁ ବଢିଯାଉଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ଗତ ତିନି ସପ୍ତାହ ଧରି ଚାଲିଛି ଏପରି ଦରବୃଦ୍ଧି । ଏହି ଦରବୃଦ୍ଧି ଭିତରେ ପେଟ୍ରୋଲ ପମ୍ପମାନଙ୍କର ବିଭିନ୍ନ ପ୍ରକାରର ଠକେଇ ମଧ୍ୟ ବୃଦ୍ଧି ପାଇଛି । ଇତି ମଧ୍ୟରେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ତେବେ ଆପଣ ଗାଡିରେ ଭରୁଥିବା ତୈଳରେ ଏବେ ମିଶା ଯାଉଛି ପାଣି । ଆଜ୍ଞା ହଁ । ତୈଳରେ ପାଣି ମିଶାଯାଇ ବିକ୍ରି କରାଯାଇ ବିକ୍ରି କରାଯାଉଥିବା ଭଳି ସାଂଘାତିକ ଖବର ଏବେ ସାମ୍ନାକୁ ଆସିଛି ।

ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି ମୁମ୍ବାଇର ଏକ ପେଟ୍ରୋଲ ପମ୍ପରୁ । ମିଳିଥିବା ସୂଚନା ମୁତାବକ, ଗତକାଲି ମୁମ୍ବାଇର ଏକ ପେଟ୍ରୋଲ ପମ୍ପରେ ପାଣି ମିଶା ପେଟ୍ରୋଲ ବିତରଣକୁ ନେଇ ଜନଅସନ୍ତୋଷ ଦେଖାଦେଇଥିଲା । ଦେଖୁ ଦେଖୁ ଗାଡି ଚାଳକମାନେ ହାତରେ ପେଟ୍ରୋଲ ଭରା ବୋତଲ ଧରି ପହଂଚି ଯାଇଥିଲେ ଉକ୍ତ ପେଟ୍ରୋଲ ପମ୍ପରେ । ଆଉ ଘଂଟାଏ ଧରି ହଙ୍ଗାମା ଲାଗି ରହିଥିଲା । ତେବେ ଖବର ପାଇ ସେଠାରେ ଉଭୟ ପୁଲିସ ଏବଂ ସପ୍ଲାଏ କରିଥିବା ତୈଳ କଂପାନୀ ଆଇଓସି ସମେତ ମାନକ ନିର୍ଧାରଣ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ଥିଲେ ।

ଲୋକଙ୍କର ଅଭିଯୋଗ ଥିଲା କି ଉକ୍ତ ପମ୍ପରେ ପାଣି ମିଶ୍ରିତ ପେଟ୍ରୋଲ ବିକ୍ରି ହେଉଛି, ଯେଉଁ କାରଣରୁ ଗାଡି ଖରାପ ହୋଇଯାଇଛି । ଅଭିଯୋଗକୁ ଭିର୍ତ୍ତି କରାଯାଇ ଯେତେବେଳେ ଗାଡିଗୁଡିକର ଯାଂଚ କରାଯାଇଥିଲା ସେତେବେଳେ ଜଣାପଡିଥିଲା କି, ପାଣି ମିଶା ପେଟ୍ରୋଲ ଟାଙ୍କିକୁ ଯିବା ଦ୍ୱାରା ଗାଡି ଖରାପ ହୋଇଛି । ତେବେ ଅଭିଯୋଗ ପ୍ରମାଣିତ ହେବା ପରେ ପେଟ୍ରୋଲ ପମ୍ପର ମାଲିକ ଟଙ୍କା ଫେରାଇଥିଲେ ଏବଂ ଗାଡି ମରାମତି ପାଇଁ ଆଶ୍ୱାସନା ଦେଇଥିଲେ ।

ତୈଳ କଂପାନୀର ଅଧିକାରୀଙ୍କ ମୁତାବକ, ପମ୍ପମାନଙ୍କରେ ପେଟ୍ରୋଲରେ ଇଥେନ ଅଏଲର ଏକ ନିର୍ଧାରିତ ମାପ ମିଶାଯାଇ ବିକ୍ରି କରାଯାଇଥାଏ । ଇଥେନ ଅଏଲ ଯୁକ୍ତ ପେଟ୍ରୋଲରେ ପାଣିର ଗୋଟିଏ ବି ବନ୍ଦା ହିଁ କେମିକାଲ ରିଆକ୍ସନ କରି ଭଲ ପେଟ୍ରୋଲର ମାତ୍ରାକୁ ବି ପାଣି ଯୁକ୍ତ ବନାଇଦେଇଥାଏ । ଏହାଦ୍ୱାରା ଗାଡି ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।