ସାଧାରଣତଃ ଅଧିକାଂଶ ଲୋକେ ୟୁଏସବି କେବୁଲର ବହୁଳ ମାତ୍ରାର ବ୍ୟବହାର ବିଶେଷ କରି ମୋବଇଲ୍ ଚାର୍ଜିଂଠାରୁ ଆରମ୍ଭ କରି କମ୍ପ୍ୟୁଟରକୁ ଅନ୍ୟ ଡିଭାଇସ୍ ସହିତ କନେକ୍ଟ କରିବା ଭଳି କାର୍ଯ୍ୟରେ ଉପଯୋଗ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏପରି କରି ଆପଣ କେତେ ବଡ ସମସ୍ୟାକୁ ଡାକି ଆଣୁଛନ୍ତି ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ୟୁଏସବି କେବୁଲ ସହାୟତାରେ ବି ହ୍ୟାକର୍ସ ଆପଣଙ୍କ ସିଷ୍ଟମ ଯାଏଁ ପହଂଚି ପାରନ୍ତି ଆଉ ଏହାଦ୍ୱାରା ଆପଣଙ୍କ ଜରୁରୀ ତଥ୍ୟ ମଧ୍ୟ ଲିକ୍ ହୋଇପାରେ ।
ସୂଚନା ମୁତାବକ, ନିକଟରେ ଅଷ୍ଟ୍ରେଲିଆର ଏକ ଗବେଷକ ଦଳ ୫୦ ଭିନ୍ନ ଭିନ୍ନ କମ୍ପ୍ୟୁଟର ଏବଂ ଏକ୍ସଟର୍ନାଲ୍ ୟୁଏସବି ଉପରେ ଗବେଷଣା କରିଥିଲେ ଏବଂ ଏଥିରୁ ଯେଉଁ ନିଷ୍କର୍ଷ ମିଳିଥିଲା ତାହା ବାସ୍ତବରେ ଚକିତ କରିଦେବା ଭଳି ଥିଲା । ତେବେ ସେମାନେ ଗବେଷଣା କରିଥିବା ଉକ୍ତ ଡିଭାଇସଗୁଡିକ ମଧ୍ୟରୁ ପାଖାପାଖି ୯୦ ପ୍ରତିଶତ ତଥ୍ୟଗୁଡିକର ଲିକ୍ ହ୍ୟାକର ଏହି ଏକ୍ସଟର୍ନାଲ ୟୁଏସବି କେବୁଲ ଜରିୟାରେ ପହଂଚିବାରେ ସଫଳ ହୋଇଛନ୍ତି ।
ଗବେଷକଙ୍କ ମତରେ, ୟୁଏସବିଠାରୁ ଜଡିତ ଉପକରଣଗୁଡିକରେ କିବୋର୍ଡ, କାର୍ଡସ୍ୱାଇପ୍ ଏବଂ ଫିଙ୍ଗରପ୍ରିଂଟ୍ ରିଡର୍ସ ସାମିଲ, ଯାହା ଅଧିକାଂଶ କମ୍ପ୍ୟୁଟରକୁ ସମ୍ବେଦନଶୀଳ ସୂଚନାମାନ ପ୍ରେରଣ କରିଥାନ୍ତି । ତେବେ ୟୁଏସବି କେବୁଲଦ୍ୱାରା ତଥ୍ୟ ଲିକ୍ ସେତେବେଳେ ସମ୍ଭବ ହୋଇଥାଏ, ଯେତେବେଳେ କି କମ୍ପ୍ୟୁଟରରେ ଏକାବେଳକେ ବହୁତଗୁଡିଏ କେବୁଲ୍ ସଂଯୋଗ କରାଯାଇଥାଏ ।
ସୂଚନା ମୁତାବକ, ଯଦି ଗୋଟିଏ ଭାଇରସ ତଥା ଇଫେକ୍ଟେଡ୍ ଡିଭାଇସ୍ ସେହି ଏକ୍ସଟର୍ନାଲ୍ କିମ୍ବା ଇଂଟରର୍ନାଲ୍ ୟୁଏସବି କେବୁଲ ସହ ସମାନ ଥିବା ଗ୍ରୁପରେ ସଂଯୋଗ କରାଯାଏ, ତେବେ ଏହାଦ୍ୱାରା ସମ୍ବେଦନଶୀଳ ସୂଚନାଗୁଡିକୁ ଅତି ସହଜରେ ଲିକ୍ କରାଯାଇପାରିବ ।
ସୌଜନ୍ୟ: ଅମର ଉଜାଲା