ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ତଥା ଟ୍ରାଇ କେବୁଲ ଟିଭିର ଦରଦାମରେ ପରିବର୍ତ୍ତନ ଆଣି ନୂଆ ନିୟମ ଜାରି କରିଛି । ଏହି ନିୟମ ଅନୁସାରେ ଗ୍ରାହକଙ୍କ ନିକଟରେ ନିଜ ମନ ପସନ୍ଦର ଚ୍ୟାନେଲ ବାଛିବା ପାଇଁ ୩୧ ଜାନୁଆରୀ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଯାହା ଦ୍ୱାରା ବର୍ତ୍ତମାନ ଉପଲବ୍ଧ ଥିବା ସମସ୍ତ ପ୍ୟାକେଜ ଏବଂ ପ୍ଲାନ ବିନା କୌଣସି ବାଧାରେ ୩୧ ଜାନୁଆରୀ ୨୦୧୯ ପର୍ଯ୍ୟନ୍ତ ଚାଲୁ ରହିବ । ଟ୍ରାଇ ଉଭୟ କେବୁଲ ଏବଂ ଅନ୍ୟାନ୍ୟ ଚ୍ୟାନେଲ ଅପରେଟର୍ସଙ୍କୁ ନୂଆ ନିୟମରେ ସିଫ୍ଟ ହେବା ପାଇଁ ୩୧ ଜାନୁଆରୀ ଯାଏଁ ସମୟ ଦେଇଛି । ତେବେ ଏହି ଅବସରରେ ଯଦି ଆପଣଙ୍କର କେବୁଲ ଅପରେଟର୍ସ ଆପଣଙ୍କୁ ମନପସନ୍ଦର ଚ୍ୟାନେଲଗୁଡିକର ସର୍ଭିସ ଦେବାରେ କୁଣ୍ଠାବୋଧ କରନ୍ତି କିମ୍ବା ମନା କରିଦିଅନ୍ତି ତେବେ ଆପଣ ସିଧା ସଳଖ ଟ୍ରାଇ ନିକଟରେ ଏସଂପର୍କରେ ଅଭିଯୋଗ କରିପାରିବେ ।

Advertisment

publive-image

ଏକ ବିଜ୍ଞପ୍ତି ଜାରି କରି ଟ୍ରାଇ ପକ୍ଷରୁ କୁହାଯାଇଛି କି, ନୂଆ ଫ୍ରେମୱାର୍କ ୨୯ ଡିସେମ୍ବର,୨୦୧୮ରୁ କାର୍ଯ୍ୟକାରୀ ହୋଇସାରିଛି । ତେବେ ଉପଭୋକ୍ତାମାନଙ୍କୁ ନିଜ ପସନ୍ଦର ଚ୍ୟାନେଲ ବାଛିବା ପାଇଁ ୩୧ ଜାନୁଆରୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଟ୍ରାଇ ସୂଚିତ କରିଛି କି, ଏଭଳି ଗୁଜବ ଖେଳା ଯାଉଛି କି, ନୂଆ ଫ୍ରେମୱାର୍କ ପୋଷ୍ଟପନ କରିଦିଆଯାଇଛି, କିନ୍ତୁ ଏହା ବାସ୍ତବରେ ସତ୍ୟ ନୁହେଁ । ସମସ୍ତ ସର୍ଭିସ ପ୍ରୋଭାଇଡର୍ସଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ସେମାନେ ଉପଭୋକ୍ତାଙ୍କ ସହ ଆଲୋଚନା କରନ୍ତୁ ଏବଂ ସେମାନଙ୍କଠାରୁ ସେମାନଙ୍କ ପସନ୍ଦ ସଂପର୍କରେ ପଚାରି ବୁଝନ୍ତୁ । ଟ୍ରାଇ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି କି, ଏହି ମାଇଗ୍ରେସନ ପ୍ଲାନରେ ଦିଆଯାଇଥିବା ଟାଇମଲାଇନର ପାଳନ କରିବା ସମସ୍ତ ସର୍ଭିସ ପ୍ରୋଭାଇଡର୍ସ ବାଧ୍ୟ ଅଟନ୍ତି ।

publive-image

ଏହି ନମ୍ବରରେ କରିପାରିବେ ଇନକ୍ୱାରି ଏବଂ ଅଭିଯୋଗ

ଟ୍ରାଇ ପକ୍ଷରୁ ସମସ୍ତ ଗ୍ରାହକଙ୍କ ପାଇଁ ଫୋନ ନମ୍ବର ଏବଂ ଇ-ମେଲ ଆଇଡି ଜାରି କରାଯାଇଛି । ଯାହା ଜରିଆରେ ଗ୍ରାହକମାନଙ୍କ ମଧ୍ୟରେ ଥିବା ସମସ୍ତ ଦ୍ୱନ୍ଦ୍ୱ ସଂପର୍କରେ ପଚାରି ବୁଝିପାରିବେ । ଏଥି ସହିତ ହିଁ ଯଦି ସେମାନଙ୍କ ସର୍ଭିସ ପ୍ରୋଭାଇଡର ସେମାନଙ୍କୁ ସେବା ପ୍ରଦାନ କରିପାରିବାରେ ଅବହେଳା କରୁଛନ୍ତି ତେବେ ତାର ଅଭିଯୋଗ ମଧ୍ୟ ଏଠାରେ କରିପାରିବେ । ଆପଣ ବ୍ରୋଡକାଷ୍ଟିଂ ଏବଂ କେବୁଲ ସର୍ଭିସେସ୍ ଡିଭିଜନର ଏହି ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ ।

ଅନୀଲ କୁମାର ଭରଦ୍ୱାଜ, ଆଡଭାଇଜର

ଫୋନ ନମ୍ବର-୦୧୧-୨୩୨୩୭୯୨୨

ଇ-ମେଲ- [email protected]