ଏଣିକି କଲ୍‌ ଡ୍ରପ୍‌ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା

44

ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) କଲ୍ ଡ୍ରପ୍ ନିୟମକୁ କଡ଼ାକଡ଼ି କରିଛି । ଯେଉଁ କଂପାନି ନିୟମକୁ ଉଲ୍ଲଘଂନ କରିବେ ସେମାନଙ୍କ ଉପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବ । କଲ୍ ଡ୍ରପ୍ ପାଇଁ କେତେକ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି । ଯେଉଁ କଂପାନି କ୍ରାମଗତ ତିନିଟି ତ୍ରୈମାସିକ ପର୍ଯ୍ୟନ୍ତ ନିୟମ ପାଳନ କରିବାରେ ବିଫଳ ହେବେ ସେମାନଙ୍କ ଉପରେ ଜରିମାନା ଲାଗୁ କରାଯିବ । କଲ୍ ଡ୍ରପ୍ ପାଇଁ ସାଧାରଣ ଜରିମାନା ହେଉଛି ୧-୫ ଲକ୍ଷ ଟଙ୍କା ।

ତେବେ ଯଦି କୌଣସି କଂପାନି କ୍ରମାଗତ ଦୁଇଟି ତ୍ରୈମାସିକରେ ଏହି ନିୟମ ପାଳନ କରିବାରେ ବିଫଳ ହେବେ ତେବେ ସାଧାରଣ ଜରିମାନାର ୧.୫ ଗୁଣ ଅଧିକ ଜରିମାନା ସେମାନଙ୍କୁ ଗଣିବାକୁ ପଡ଼ିବ । ଯଦି ନିୟମ ପାଳନ ବିଫଳତା କ୍ରମାଗତ ତିନିଟି ତ୍ରୈମାସିକ ପର୍ଯ୍ୟନ୍ତ ଜାରି ରହିବ ତେବେ କଂପାନିମାନଙ୍କୁ ଧାର୍ଯ୍ୟ ଜରିମାନାର ଦୁଇ ଗୁଣ ଅଧିକ ଟଙ୍କା ଗଣିବାକୁ ପଡ଼ିବ । ପୂର୍ବରୁ କଲ୍ ଡ୍ରପ୍ ନିୟମ ଉଲ୍ଲଘଂନ ପାଇଁ ଜରିମାନା ରାଶି ୫୦ ହଜାର ଟଙ୍କା ଥିଲା ।

କଲ୍ ଡ୍ରପ୍ ପାଇଁ ସଂଶୋଧିତ ନିୟମ ଜାରି ହୋଇଛି । ଗୋଟିଏ ସର୍କଲରେ ଥିବା ମୋବାଇଲ୍ ସାଇଟଗୁଡ଼ିକ ୯୦% ସମୟ ୨%ରୁ ଅଧିକ କଲ୍ ଡ୍ରପ୍ କରିପାରିବେ ନାହିଁ । ବ୍ୟସ୍ତବହୁଳ ସମୟରେ କଲ୍ ଡ୍ରପ କୌଣସି ପରିସ୍ଥିତିରେ ୩%ରୁ ଅଧିକ ହେବ ନାହିଁ ବୋଲି ଟ୍ରାଇ ଜଣାଇଛି ।